ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସପରିବାରେ ବାବା କେଦାରନାଥଙ୍କ ଦର୍ଶନ କଲେ
ଡେହରାଡୁନ, ୩୦ ମଇ (ହି.ସ.)- ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୁକ୍ରବାର ସକାଳେ ସପରିବାରେ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି । ଏଥି ସହିତ ସେ ଦେଶର ସୁଖ, ସମୃଦ୍ଧି ନିମନ୍ତେ ବାବାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏବଂ ବାବାଙ୍କ ଆର୍ଶିବାଦ ନେଇଛନ୍ତି । ସକାଳ ୮ଟା ୫ ମିନିଟ୍ ସମୟରେ ଝା
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସପରିବାରେ ବାବା କେଦାରନାଥଙ୍କ ଦର୍ଶନ କଲେ


ଡେହରାଡୁନ, ୩୦ ମଇ (ହି.ସ.)- ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୁକ୍ରବାର ସକାଳେ ସପରିବାରେ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି । ଏଥି ସହିତ ସେ ଦେଶର ସୁଖ, ସମୃଦ୍ଧି ନିମନ୍ତେ ବାବାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏବଂ ବାବାଙ୍କ ଆର୍ଶିବାଦ ନେଇଛନ୍ତି ।

ସକାଳ ୮ଟା ୫ ମିନିଟ୍ ସମୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ହେଲିକପ୍ଟର କେଦାରନାଥ ହେଲିପ୍ୟାଡରେ ଅବତରଣ କରିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ପରିବାର ସହିତ ଯାଇ ବାବା କେଦାରନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । କେଦାରନାଥରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ମନ୍ଦିର ପରିସର ଓ ଆଖପାଖର ଘାଟିରେ ବ୍ୟାପିଥିବା ହିମାଳୟୀ ସୌନ୍ଦର୍ଯ୍ୟର ଭରପୁର ଆନନ୍ଦ ଉଠାଇଥିଲେ । ବରଫଆଚ୍ଛାଦିତ ପର୍ବତରେ ଘେରି ରହିଥିବା ଏହି ତୀର୍ଥସ୍ଥଳର ଦିବ୍ୟତା ଓ ଭବ୍ୟତା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଅଭିଭୂତ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande