କେନ୍ଦୁଝର ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଭବିଷ୍ୟତ କାର୍ଯ୍ୟ ଉପରେ ଆଲୋଚନା
କେନ୍ଦୁଝର, ୩୦ ମଇ (ହି.ସ.) - ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ ୩୦ ତାରିଖ ଶୁକ୍ରବାର ଦିନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ କେନ୍ଦୁଝର ଅନନ୍ତ ନାୟକ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ
ଜିଲ୍ଲାପରିଷଦ


କେନ୍ଦୁଝର, ୩୦ ମଇ (ହି.ସ.) - ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ ୩୦ ତାରିଖ ଶୁକ୍ରବାର ଦିନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ କେନ୍ଦୁଝର ଅନନ୍ତ ନାୟକ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସୋମନାଥ ଦାସ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଅନୁବ୍ରତ ବେହେରା, ଜିଲ୍ଲାପାଳବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଏଚଡ଼ି ଧନରାଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ, ଜିଲ୍ଲା ପରିଷଦର ସଦସ୍ୟ/ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସିଂହ ସମସ୍ତଙ୍କୁ ସ୍ୱାଗତ ଜଣାଇ ଅଧିବେଶନ ଆରମ୍ଭ କରିଥିଲେ ।

ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା ପୂର୍ବକ ଉପସ୍ଥାପିତ ପ୍ରସଙ୍ଗର ସମାଧାନ ନିମନ୍ତେ ନିଷ୍ପତି ହୋଇଥିବା କାର୍ଯ୍ୟର ଅନୁପାଳନ ସମୀକ୍ଷା କରାଯାଇଥିଲା। ପରେ ପରେ ଶିକ୍ଷା ବିଭାଗର ଆଦର୍ଶ ବିଦ୍ୟାଳୟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ, ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ, ବିଭିନ୍ନ ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା, ବିଦ୍ୟାଳୟ ପୋଷାକ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତରଫରୁ ପ୍ରଦାନ କରାଯାଉଥିବା ଛାତ୍ରବୃତି, ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ବାବଦରେ ଆଲୋଚନା ହୋଇଥିଲା। ବିଦ୍ୟୁତ ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇ ନୂତନ ଫିଡ଼ର, ଲାଇନ ନବୀକରଣ ଟ୍ରାନ୍ସଫର୍ମର ସ୍ଥାପନ ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ପୂର୍ତ ବିଭାଗର ବିଭିନ୍ନ ସୂତ୍ରରୁ ପ୍ରାପ୍ତ ଅର୍ଥରାଶି ମାଧ୍ୟମରେ ରାସ୍ତାଓ ପୋଲ ନିର୍ମାଣ, କୋଠାବାଡି ନିର୍ମାଣ ଆଦିର କାର୍ଯ୍ୟ ଅଗ୍ରଗତି ଏବଂ ଭବିଷ୍ୟତ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।

ଗ୍ରାମ୍ୟ ବିଭାଜନ ପକ୍ଷରୁ ପ୍ରଣୟନ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା ଆଦିର କାର୍ଯ୍ୟ ସମୀକ୍ଷା ହୋଇଥିଲା। ସେହିପରି ଜଳସେଚନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତା ଉପରେ ବିଶଦ ଆଲୋଚନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଭୁତି


 rajesh pande