ଭୁବନେଶ୍ୱର, 30 ମେ (ହି.ସ.) ରାଜ୍ୟର ଆଇନ ମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଦିନ ବାଣପୁର
ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକରେ ଯୋଗଦେଇ ଛନ୍ତି । ଏହି ଅବସରରେ ସେ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ,କୃଷି
ବିଭାଗ,ଜଳ
ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମତ୍ସ୍ୟ
ଚାଷ, ଗ୍ରାମ୍ୟ
ଉନ୍ନୟନ, ପୂର୍ତ୍ତ,ଉଠା
ଜଳସେଚନ, କ୍ଷୁଦ୍ର
ଜଳସେଚନ, ମନରେଗା
ଓ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
ସେ ଏହି ଅବସରରେ ଆଗାମୀ ଦିନରେ ଆଳୁ ଉତ୍ପାଦନରେ ରାଜ୍ୟକୁ
ସ୍ବାବଲମ୍ବୀ କରିବା ପାଇଁ ବାଣପୁର ଅଞ୍ଚଳରେ ଚାଷୀଙ୍କୁ ଉତ୍ସାହିତ ଓ ତାଲିମ୍ ପ୍ରଦାନ କରି ଆଳୁ
ଚାଷ ନିମନ୍ତେ ଉଦ୍ୟମ କରିବା ପାଇଁ ଆଗମୀ ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ
କରିବା ପାଇଁ କୃଷି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆମ ଅଞ୍ଚଳର ଚାଷୀ ଭାଇ-ଭଉଣୀମାନଙ୍କ ଉତ୍ପାଦିତ
ଖାଦ୍ୟଶସ୍ୟର ରପ୍ତାନୀ ବୃଦ୍ଧି କରିବା, ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହିତ
ଅଭାବୀ ବିକ୍ରିକୁ ରୋକିବାର ଲକ୍ଷ୍ୟ ନେଇ ବାଣପୁର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ
ନିଷ୍ପତି ନିଆଯାଇଥିବା ସେ ପ୍ରକାଶ କରିଛନ୍ତି ।
ବାଣପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ସୌନ୍ଦର୍ଯ୍ୟ ଓ
ସୁଗନ୍ଧ ବିତରଣ କରୁଥିବା ଗେଣ୍ଡୁଫୁଲ, ମଲ୍ଲୀ ଫୁଲ ଚାଷ ପାଇଁ ଉପଯୁକ୍ତ ତାଲିମ୍ ପ୍ରଦାନ ସହ
ଉନ୍ନତ ପ୍ରଣାଳୀରେ ଚାଷ ପାଇଁ ପ୍ରତ୍ୟେକ ଚାଷୀ ମାନଙ୍କୁ ପରାମର୍ଶ ଦେବା ପାଇଁ ବିଭାଗୀୟ
ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ