ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା
ଜୟପୁର, ୩୦ ମଇ (ହି.ସ.) - ମହିଳାଙ୍କୁ ଯୌତୁକ ନିଯ୍ୟାତନା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ମହିଳା ପୋଲିସ ସୁଚନା ଅନୁଯାଇ ଜୟପୁର ଜୟନଗରରେ ରହୁଥିବା ରଜସ୍ମିତା ଗୌଡ ଗତ ମଇ ୭ ତାରିଖ ରେ ନବରଙ୍ଗପୁର ଜିଲା ଉମରକୋଟ ଜୟଦେବ ନଗରରେ ରହୁଥିବା କ୍ରିଷ୍ଣା କୁମାର ଗୌଡକୁ ବିବାହ କରିଥିଲେ । ବିବାହ ପ
ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା


ଜୟପୁର, ୩୦ ମଇ (ହି.ସ.) - ମହିଳାଙ୍କୁ ଯୌତୁକ ନିଯ୍ୟାତନା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ମହିଳା ପୋଲିସ ସୁଚନା ଅନୁଯାଇ ଜୟପୁର ଜୟନଗରରେ ରହୁଥିବା ରଜସ୍ମିତା ଗୌଡ ଗତ ମଇ ୭ ତାରିଖ ରେ ନବରଙ୍ଗପୁର ଜିଲା ଉମରକୋଟ ଜୟଦେବ ନଗରରେ ରହୁଥିବା କ୍ରିଷ୍ଣା କୁମାର ଗୌଡକୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ସହ ପରିବାର ଲୋକେ ମିଶି ଶାରୀରିକ ମାନସିକ ସହ ଯୌତୁକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗୁରୁତର ସହ ନେଇ ଜୟପୁର ମହିଳା ପୋଲିସ ସ୍ୱାମୀ ସହ ୪ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ମହିଳା ପୋଲିସ ତରଫରୁ ଗଣ ମାଧ୍ୟମକୁ ସୁଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande