ମୋବାଇଲ ଚୋରଙ୍କୁ ଉତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ଲୋକେ
ଚମ୍ପୁଆ, ୩୦ ମଇ (ହି.ସ.) - ଚମ୍ପୁଆ ସାପ୍ତାହିକ ହାଟରେ ଦୁଇଜଣ ମୋବାଇଲ ଚୋରଙ୍କୁ ଧରି ଉତମ ମଧ୍ୟମ ଦେବା ପରେ ଲୋକମାନେ ପୋଲିସର ଜିମା ଦେଇ ଥିବା ଜଣା ପଡିଛି। ମିଳିଥିବା ଖବର ଅନୁସାରେ, ଚମ୍ପୁଆ ଏନଏସି ଅନ୍ତର୍ଗତ ଜାଗର ପଡିଆ ଠାରେ ଶୁକ୍ରବାର ଦିନ ହେଉଥିବା ସାପ୍ତାହିକ ହାଟରେ ଜଣେ ବ୍ୟକ୍ତି ସାର୍ଟ ପକେଟ
ମୋବାଇଲ ଚୋରଙ୍କୁ ଉତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ଲୋକେ


ଚମ୍ପୁଆ, ୩୦ ମଇ (ହି.ସ.) - ଚମ୍ପୁଆ ସାପ୍ତାହିକ ହାଟରେ ଦୁଇଜଣ ମୋବାଇଲ ଚୋରଙ୍କୁ ଧରି ଉତମ ମଧ୍ୟମ ଦେବା ପରେ ଲୋକମାନେ ପୋଲିସର ଜିମା ଦେଇ ଥିବା ଜଣା ପଡିଛି। ମିଳିଥିବା ଖବର ଅନୁସାରେ, ଚମ୍ପୁଆ ଏନଏସି ଅନ୍ତର୍ଗତ ଜାଗର ପଡିଆ ଠାରେ ଶୁକ୍ରବାର ଦିନ ହେଉଥିବା ସାପ୍ତାହିକ ହାଟରେ ଜଣେ ବ୍ୟକ୍ତି ସାର୍ଟ ପକେଟ ରେ ମୋବାଇଲ ରଖି ପରିବା କିଣୁଥିଲେ। ଏହି ସମୟ ରେ ଦୁଇ ଜଣ ଯୁବକ ପଛ ପଟୁ ଆସି ଉକ୍ତ ବ୍ୟକ୍ତିଙ୍କ ପକେଟରୁ ଚୋରୀ କରି ମୋବାଇଲ ଟିକୁ ନେଇଯିବାକୁ ଚେଷ୍ଟା କରୁଥିବାବେଳେ ପାଖରେ ପରିବା କିଣୁଥିବା ଅନ୍ୟ ଜଣେ ଗ୍ରାହକଙ୍କ ନଜର ରେ ପଡି ଯାଇଥିଲେ। ଧରାପଡିଯିବା ପରେ ଯୁବକ ଦୁଇ ଜଣ ସେଠାରୁ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ । ହେଲେ ହାଟ ରେ ଉପସ୍ଥିତ ଲୋକେ ଉକ୍ତ ଯୁବକ ଦୁଇ ଜଣଙ୍କୁ ଗୋଡ଼ାଇ ଧରିବା ପରେ ଭଲକି ଉତମ ମଧ୍ୟମ ଦେବା ସହ ଚମ୍ପୁଆ ପୋଲିସର ଜିମା ଦେଇଥିଲେ। ଦୁଇ ଚୋର ଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande