ଆରଏସ୍‌ଏସ୍ ର କାର୍ଯ୍ୟକର୍ତା ବିକାଶ ବର୍ଗ ସମାରୋପ କାଲି
କଟକ/ଭୁବନେଶ୍ୱର,୩୦ ମଇ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ପୂର୍ବକ୍ଷେତ୍ରର କାର୍ଯ୍ୟକର୍ତା ବିକାଶ ବର୍ଗ-୧ ସାମାନ୍ୟ ଓ ଓଡ଼ିଶା ପୂର୍ବର ସଂଘଶିକ୍ଷା ବର୍ଗ (ସାମାନ୍ୟ)ର ସମାରୋପ ଉତ୍ସବ ଆସନ୍ତା କାଲି (ଶନିବାର) କଟକ ଗତିରାଉତ ପାଟଣା ସ୍ଥିତ ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେବ । ଏହି ଉତ୍ସବ
ଆରଏସ୍‌ଏସ୍ ର କାର୍ଯ୍ୟକର୍ତା ବିକାଶ ବର୍ଗ ସମାରୋପ କାଲି


କଟକ/ଭୁବନେଶ୍ୱର,୩୦ ମଇ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ପୂର୍ବକ୍ଷେତ୍ରର କାର୍ଯ୍ୟକର୍ତା ବିକାଶ ବର୍ଗ-୧ ସାମାନ୍ୟ ଓ ଓଡ଼ିଶା ପୂର୍ବର ସଂଘଶିକ୍ଷା ବର୍ଗ (ସାମାନ୍ୟ)ର ସମାରୋପ ଉତ୍ସବ ଆସନ୍ତା କାଲି (ଶନିବାର) କଟକ ଗତିରାଉତ ପାଟଣା ସ୍ଥିତ ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ,କଟକର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ବିଭୁତି ଭୁଷଣ ନାୟକ ଓ ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ରାମଦତ ଚକ୍ରଧର ଉପସ୍ଥିତ ରହିବେ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତା ମାନଙ୍କର ଗୁଣବତା, ଦକ୍ଷତା ବୃଦ୍ଧି ତଥା ସଂଘ କାର୍ଯ୍ୟର ଅଭିବୃଦ୍ଧି ନିମନ୍ତେ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଅବକାଶରେ ପ୍ରଶିକ୍ଷଣ ପାଇଁ ବର୍ଗ ଆୟୋଜିତ ହୋଇଥାଏ । ଚଳିତ ବର୍ଷ କେଶବ ଧାମ, ଗତିରାଉତ ପାଟଣା, ସରସ୍ୱତୀ ବିଦ୍ୟାମନ୍ଦିରରେ ପୂର୍ବକ୍ଷେତ୍ରର କାର୍ଯ୍ୟକର୍ତା ବିକାଶ ବର୍ଗ -୧ (ସାମାନ୍ୟ) ଅନୁଷ୍ଠିତ ହେଉଛି । ଓଡିଶା ପୂର୍ବ ପ୍ରାନ୍ତ, ଓଡିଶା ପଶ୍ଚିମ ପ୍ରାନ୍ତ, ଦକ୍ଷିଣ ବଙ୍ଗ, ମଧ୍ୟ ବଙ୍ଗ, ଉତ୍ତର ବଙ୍ଗ ପ୍ରାନ୍ତରୁ ୨୧୯ ଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଏଥିରେ ବିଦ୍ୟାର୍ଥୀ ସଂଖ୍ୟା ୯୧, କୃଷକ ୨୦, ଅଧ୍ୟାପକ ଓ ଶିକ୍ଷକ ୨୯, ବୃତିଧାରୀ ୭୯ ତଥା ପ୍ରଶିକ୍ଷଣ ବ୍ୟବସ୍ଥା ପାଇଁ ଶିକ୍ଷକ ୨୧, ପ୍ରାନ୍ତ ପ୍ରମୁଖ ୦୫, ପ୍ରବନ୍ଧକ ୩୧ ଜଣ ଅଛନ୍ତି । ଏହି ବର୍ଗକୁ ସରସଂଘଚାଳକ ଡକ୍ଟର ମୋହନ ଭାଗବଡ, ସହ ସରକାର୍ଯ୍ୟବାହ ଅରୁଣ କୁମାର ଓ ରାମଦତ ଚକ୍ରଧର ତଥା ଅନ୍ୟ କ୍ଷେତ୍ର ଓ ପ୍ରାନ୍ତ ଅଧିକାରୀ ମାର୍ଗଦର୍ଶନ କରିଛନ୍ତି ।

ସଂଘଶିକ୍ଷା ବର୍ଗ ସାମାନ୍ୟରେ ୧୮ ଜିଲ୍ଲା ଓ ଗୋଟିଏ ମହାନଗରରୁ ମୋଟ ୪୩୦ ଜଣ ଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଏଥିରେ ବିଦ୍ୟାର୍ଥୀ ୩୨୦ଜଣ, କୃଷକ ୩୧ ଜଣ, ଶିକ୍ଷକ ୧୩ ଜଣ, ଡାକ୍ତର ଜଣେ, ବ୍ୟବସାୟୀ ୬୪ ଜଣ ଓ ବିସ୍ତାରକ ଜଣେ । ପ୍ରଶିକ୍ଷଣ ପାଇଁ ଶିକ୍ଷକ ୩୮ ଜଣ, ବ୍ୟବସ୍ଥା ପାଇଁ ପ୍ରବନ୍ଧକ ୫୨ ଜଣ ଅଛନ୍ତି । ଏହି ବର୍ଗରେ ଅଖିଳ ଭାରତୀୟ ସହସମ୍ପର୍କ ପ୍ରମୂଖ ଶ୍ରୀ ରମେଶଜୀ ପାପା ଏବଂ ଅଖିଳ ଭାରତୀୟ ପ୍ରଜ୍ଞାପ୍ରବାହ ସଂଯୋଜକ ଶ୍ରୀ ଜେ ନନ୍ଦକୁମାର ତଥା ଅନ୍ୟ କ୍ଷେତ୍ରୀୟ ଓ ପ୍ରାନ୍ତୀୟ ଅଧିକାରୀ ମାର୍ଗଦର୍ଶନ କରିଛନ୍ତି ।

କାର୍ଯ୍ୟକର୍ତ୍ତା ବିକାଶ ବର୍ଗ ୧ ସାମାନ୍ୟକୁ ପୂର୍ବକ୍ଷେତ୍ର କାର୍ଯ୍ୟବାହ ଶ୍ରୀ ଦୁର୍ଗା ପ୍ରସାଦ ସାହୁ ଉଦଘାଟନ କରିଥିବା ବେଳେ ସଂଘଶିକ୍ଷା ବର୍ଗ ସାମାନ୍ୟ ଓଡିଶା ପୂର୍ବକୁ ସହପ୍ରାନ୍ତ ସଂଘଚାଳକ ମନସୁଖ ଲାଲ ସେଠୀଆ ଉଦଘାଟନ କରିଛନ୍ତି । ଉଭୟ ବର୍ଗର ସମସ୍ତ ଶିକ୍ଷାର୍ଥୀଙ୍କ ଆୟୁ ୧୫ ରୁ ୪୦ ବର୍ଷ । ଅଂଶ ଗ୍ରହଣ କରିଥିବା ସମସ୍ତ ଶିକ୍ଷାର୍ଥୀ ନିଜର ଗଣବେଶ, ମାର୍ଗ ବ୍ୟୟ ଓ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି । ଏହି ପ୍ରଶିକ୍ଷଣ ପ୍ରାତଃ ଜାଗରଣ ୪.୦୦ ଘଣ୍ଟାରୁ ଆରମ୍ଭ ହୋଇ ରାତ୍ର ୧୦.୦୦ ଘଣ୍ଟାରେ ଦୀପ ବିସର୍ଜନ ହୋଇଥାଏ । ଏଥିରେ ଶାରୀରିକ ଦଣ୍ଡ, ଦଣ୍ଡଯୁଦ୍ଧ, ନିୟୁଦ୍ଧ, ଜଷ୍ଟି, ଯୋଗାସନ, ସମତା ସହ ବୌଦ୍ଧିକ, ଚର୍ଚ୍ଚା ମାଧ୍ୟମରେ ବୈଚାରିକ ଓ ସେବା ପ୍ରଶିକ୍ଷଣ ଦିଆଯାଇଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande