ଭୁବନେଶ୍ୱର, 30 ମେ (ହି.ସ.)
- ଲାଞ୍ଚ ନେବା ଅଭିଯୋଗରେ ଗିରଫ
ହେଲେ ଇଡି ଡେପୁଟି ଡ଼ାଇରେକ୍ଟର ଓ ମିଡ଼ିଲମ୍ୟାନ । ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ
ସ୍ପଷ୍ଟ ସୂଚନା ଦେଇନପାରିବାରୁ ଗିରଫ କଲା ସିବିଆଇ। ରାତି ତମାମ ଉଭୟଙ୍କୁ ଜେରା କରିଥିଲା
ସିବିଆଇ ।
ଗତକାଲି ଲାଞ୍ଚ ନେବା ବେଳେ ଇଡି ଡେପୁଟି ଡ଼ାଇରେକ୍ଟର ସିବିଆଇ ହାତରେ ଧରାପଡିଥିଲେ ।
ଡେପୁଟି ଡ଼ାଇରେକ୍ଟର ଚିନ୍ତନ ଶ୍ରୀବାସ୍ତବ ଓ ମିଡ଼ିଲମ୍ୟାନ ଭକ୍ତି ବେହେରା ଗତକାଲି ଜଣେ ଖଣି
ବ୍ୟବସାୟୀଙ୍କ କେସ ରଫାଦଫା କରିବା ପାଇଁ 20 ଲକ୍ଷ ଲାଞ୍ଚ ନେଉଥିଲେ । ଢେଙ୍କାନାଳ ଅଞ୍ଚଳର ଖଣି
ବ୍ୟବସାୟୀ ଏ ନେଇ ସିବିଆଇକୁ ସୂଚନା ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା