ଓଡ଼ିଶାରେ ଲକ୍ଷପତି ଦିଦି ସମ୍ମିଳନୀ ଉଦଯାପିତ
ଭୁବନେଶ୍ୱର,୩୦ ମଇ (ହି.ସ.) - ଭୁବନେଶ୍ୱରର ଲୋକ ସେବା ଭବନ କନଭେନସନ୍ ସେଂଟର ଠାରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀ ଉଦଯାପିତ ହୋଇଛି। ଏହି ଐତିହାସିକ ଅବସରରେ ଓଡ଼ିଶାର ୧୬ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ଆୟ ହାସଲ କରିବାର ଅଭୂତପୂର୍ବ ସଫଳତା ପ୍ରଦର୍ଶ
ଓଡ଼ିଶାରେ ଲକ୍ଷପତି ଦିଦି ସମ୍ମିଳନୀ ଉଦଯାପିତ


ଭୁବନେଶ୍ୱର,୩୦ ମଇ (ହି.ସ.) - ଭୁବନେଶ୍ୱରର ଲୋକ ସେବା ଭବନ କନଭେନସନ୍ ସେଂଟର ଠାରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀ ଉଦଯାପିତ ହୋଇଛି। ଏହି ଐତିହାସିକ ଅବସରରେ ଓଡ଼ିଶାର ୧୬ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ଆୟ ହାସଲ କରିବାର ଅଭୂତପୂର୍ବ ସଫଳତା ପ୍ରଦର୍ଶିତ ହୋଇଛି। ଏହି ଅସାଧାରଣ ସଫଳତା ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଏହି ପ୍ରମୁଖ ଯୋଜନାରେ ଦେଶର ଶୀର୍ଷସ୍ଥାନୀୟ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିଛି, ଯାହା ମହିଳା ସଶକ୍ତିକରଣ ଓ ଗ୍ରାମୀଣ ଉଦ୍ୟୋଗୀତାରେ ଓଡ଼ିଶାର ଅଗ୍ରଗାମୀ ଭୂମିକାକୁ ପ୍ରତିଫଳିତ କରୁଛି ।

ସମ୍ମିଳନୀର ପ୍ରଥମ ଦିନରେ ହିମାଚଳ ପ୍ରଦେଶ , ତେଲଙ୍ଗାନା ଏବଂ ଓଡ଼ିଶାର ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ପ୍ରତିନିଧିମାନେ ମହିଳା ସଶକ୍ତିକରଣ ଦିଗରେ ଶ୍ରେଷ୍ଠ ଅଭ୍ୟାସ ସମ୍ବନ୍ଧରେ ଉପସ୍ଥାପନା ରଖିଥିଲେ ।ଏହି ଅବସରରେ ଡିଜିଟାଲ ବଜାର ପ୍ରବେଶ ଓ ସ୍ଥାୟୀ ଜୀବିକା ସମ୍ପ୍ରସାରଣ ଲକ୍ଷ୍ୟରେ ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ ଏବଂ ଇଣ୍ଡସ୍ ଟ୍ରି ଫାଉଣ୍ଡେସନ ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା।

ମିଶନ ଶକ୍ତି ବିଭାଗର ନିର୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀଙ୍କ ଦ୍ୱାରା ବିଭିନ୍ନ ଅଂଶଗ୍ରହଣକାରୀ ରାଜ୍ୟର ପ୍ରତିନିଧିମାନଙ୍କୁ ବିଶେଷ ସ୍ମାରକ ପ୍ରଦାନ ସହିତ ଏହି ଐତିହାସିକ ସମ୍ମିଳନର ଅଧିବେଶନ ସମାପ୍ତ ହୋଇଥିଲା । ଏହା ପରେ ଅଂଶଗ୍ରହଣକାରୀ ପ୍ରତିନିଧି ମାନେ ମିଶନ ଶକ୍ତି ବଜାର ପରିଦର୍ଶନ କରି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତୁ ଓ ଅନନ୍ୟ ହସ୍ତଶିଳ୍ପର ପ୍ରଦର୍ଶନ ଦେଖିଥିଲେ।

ସମ୍ମିଳନୀର ଦ୍ୱିତୀୟ ଦିବସରେ ସମଗ୍ର ଦେଶରୁ ଆସିଥିବା ଲକ୍ଷପତି ଦିଦି ଓ ବରିଷ୍ଠ ଅଧିକାରୀମାନେ ପୁରୀ ଜିଲ୍ଲା ପ୍ରଶାସନର ବିଶେଷ ବ୍ୟବସ୍ଥାରେ ଜଗନ୍ନାଥ ଧାମକୁ ଯାତ୍ରା କରିଥିଲେ। ଏହି ସାଂସ୍କୃତିକ ଓ ଶିକ୍ଷଣୀୟ ଯାତ୍ରାରେ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଦର୍ଶନ, ରଘୁରାଜପୁର ଠାରେ ପାରମ୍ପରିକ ଶିଳ୍ପକଳାର ପରିଦର୍ଶନ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସଂଗ୍ରହାଳୟ ପରିଦର୍ଶନ ସାମିଲ ରହିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande