ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ବିୟୋଗରେ ନିତ୍ୟାନନ୍ଦ ଗଣ୍ଡଙ୍କ ଶୋକ
ଭୁବନେଶ୍ୱର, 30 ମେ (ହି.ସ.) - ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ବିୟୋଗରେ ନିତ୍ୟାନନ୍ଦ ଗଣ୍ଡ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବି
ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ବିୟୋଗରେ ନିତ୍ୟାନନ୍ଦ ଗଣ୍ଡଙ୍କ ଶୋକ


ଭୁବନେଶ୍ୱର, 30 ମେ (ହି.ସ.)

- ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ବିୟୋଗରେ ନିତ୍ୟାନନ୍ଦ

ଗଣ୍ଡ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଗଣଶିକ୍ଷା ମନ୍ତ୍ରୀ

ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ,

କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର

ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।

ସେ କହିଛନ୍ତି ଯେ, ତାଙ୍କର ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ମହାପ୍ରଭୁ

ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଗଭୀର

ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande