ନୂଆଦିଲ୍ଲୀ, 30 ମେ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର କାରାକାଟରେ ଆୟୋଜିତ
ଜନସଭାରେ ଦେଶର ସୁରକ୍ଷା, ବିହାରର ବିକାଶ ଓ ପୂର୍ବତନ ସରକାରଙ୍କ ନୀତିକୁ
ନିଶାନା କରିଛନ୍ତି । ଆତଙ୍କବାଦ ଓ ନକ୍ସଲବାଦ ବିରୋଧରେ ସରକାରଙ୍କର ନିର୍ଣ୍ଣାୟକ ରଣନୀତି କଥା
ଉଠାଇ ସେ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଭାରତର ଯୁଦ୍ଧ କେବେ
ବନ୍ଦ ହୋଇନାହିଁ ଓ ଥମିନାହିଁ। ଆତଙ୍କର ଫଣା ପୁଣି ଉଠିଲେ, ଭାରତ ତାକୁ ବିଲରୁ ଟାଣିଆଣି ଧ୍ୱଂସ କରିଦେବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିହାରର ଲୋକେ ଏହି ପରିବର୍ତ୍ତନର ସାକ୍ଷୀ ଯେ କିପରି ନକ୍ସଲ
ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଶାନ୍ତି ଫେରିଯାଇଛି। କେବେ ଯେଉଁ ଗାଁରେ ସ୍କୁଲ୍ଗୁଡ଼ିକୁ
ଜଳାଯାଉଥିଲା, ସଡ଼କ ତିଆରି କରୁଥିବା ଲୋକମାନଙ୍କ
ହତ୍ୟା କରାଯାଉଥିଲେ, ଆଜି ସେଠାରେ ସଡ଼କ ମଧ୍ୟ ଅଛି, ହସ୍ପିଟାଲ ମଧ୍ୟ ଅଛି ଓ ମୋବାଇଲ ଟାୱାର ମଧ୍ୟ ଉଭୟ ଦେଖିବାକୁ ମିଳୁଛି।
ସେ ବିକାଶଶୀଳ ଭାରତ ପାଇଁ ବିକାଶଶୀଳ ବିହାରକୁ ଆବଶ୍ୟକ ବୋଲି କହିଥିଲେ। ସେ କହିଥିଲେ ଯେ
2014 ମସିହାରେ ଯେତେବେଳେ ଏନଡିଏସରକାର କେନ୍ଦ୍ର ସରକାରରେ ଆସିଥିଲା, ସେତେବେଳେ ଭାରତରେ 125ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଥିଲେ, ଏବେ ଏହାର ସଂଖ୍ୟା କମି ମାତ୍ର 18ଟି ରହିଛି।
ପ୍ରଧାନମନ୍ତ୍ରୀ ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ଯେମାନେ ଦଶନ୍ଧି ଧରି ବିହାରର ଦଳିତ, ପଛୁଆ ଓ ଗରିବ ଲୋକମାନଙ୍କୁ ଶୌଚାଳୟ, ବ୍ୟାଙ୍କ ଖାତା ଓ ଛାତ ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚିତ ରଖିଥିଲେ, ସେମାନେ ଏବେ ସାମାଜିକ ନ୍ୟାୟର କଥା କହୁଛନ୍ତି। ସେ କଂଗ୍ରେସ ଓ
ଆରଜେଡିକୁ ଟାର୍ଗେଟ କରି କହିଥିଲେ ଯେ, ଏହି ଦଳମାନେ ମାତ୍ର ଭୋଟବ୍ୟାଙ୍କର
ରାଜନୀତି କରିଛନ୍ତି, ଯେଉଁଠାରେ କି ଏନଡିଏସରକାର ସମସ୍ତ ଆବଶ୍ୟକ ଲୋକଙ୍କ ନିକଟରେ ସୁବିଧା ପହଞ୍ଚାଇଛି।
ସେ କହିଛନ୍ତି ଯେ ପାଟଣା ଏୟାରପୋର୍ଟର ନୂତନ ଟର୍ମିନାଲର ଉଦ୍ଘାଟନ ହୋଇସାରିଛି, ଯାହା ବର୍ଷକୁ ଏକ କୋଟି ଯାତ୍ରୀକୁ ସେବା ଦେଇପାରିବ। ବିହଟା
ଏୟାରପୋର୍ଟରେ ମଧ୍ୟ ୧,୪୦୦ କୋଟି ଟଙ୍କାର ବିନିଯୋଗ ହେଉଛି।
ବିହାରର ମଖାନା କୃଷକମାନଙ୍କ ପାଇଁ ମଖାନା ବୋର୍ଡ ଗଠନ ଓ ଜିଆଇଟ୍ୟାଗ୍ ସୁବିଧାକୁ ସରକାରର ବଡ଼ ସଫଳତା ମଧ୍ୟରେ ଗଣାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା