ମେଟ୍ରୋନ୍ ମହାସଂଘ ପକ୍ଷରୁ ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର,୩୦ ମଇ (ହି.ସ.) -ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଜୟଦେବ ଭବନ ଠାରେ ମହାସମାରୋହରେ ପାଳନ କରାଯାଇଛି। ଉକ୍ତ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି, ସମ୍ମାନିତ ଅତିଥି ଭାବେ
ମେଟ୍ରୋନ୍ ମହାସଂଘ ପକ୍ଷରୁ ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ


ଭୁବନେଶ୍ୱର,୩୦ ମଇ (ହି.ସ.) -ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଜୟଦେବ ଭବନ ଠାରେ ମହାସମାରୋହରେ ପାଳନ କରାଯାଇଛି। ଉକ୍ତ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନ୍ ଜୀବୀ ଶ୍ରୀମତୀ ପ୍ରତିଭା ବର୍ମା ମହୋଦୟା, ମୁଖ୍ୟବକ୍ତା ଭାବେ ରାଜ୍ୟ ଆବାହକ ଦିଗମ୍ବର ଜେନା ପ୍ରମୁଖ ଯୋଗଦେଇ ମାଟ୍ରନ୍‌ମାନଙ୍କର ୭ଦଫା ଦାବି ସମ୍ବନ୍ଧେ ଆଲୋଚନା କରି ସରକାର ଯଥାଶୀଘ୍ର ଦାବି ଗୁଡ଼ିକ ପୂରଣ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିଥିଲେ । ବଡ଼ ଦୁଃଖର ବିଷୟ, ୨୦୨୪ ମସିହାରେ ସରକାର ମାତ୍ର ୫୦୦୦ ଟଙ୍କା ବୃଦ୍ଧିକରି ମାସିକ ୧୫ ହଜାର ଟଙ୍କା ଦରମା ଦେଉଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ । ଯଥାଶୀଘ୍ର ସର୍ବନିମ୍ନ ମଜୁରୀ ହିସାବରେ ଦରମା ବୃଦ୍ଧି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପରି ମେଟ୍ରୋନ୍ ମାନଙ୍କୁ ଯଥାଶୀଘ୍ର ସ୍ଥାୟୀ ନିଯୁକ୍ତି ଦିଆଯାଉ । ଆପଏଣ୍ଟମେଣ୍ଟରେ ଥିବା ଅର୍ଡର ମୁତାବକ ଛାତ୍ରୀନିବାସର ସମସ୍ତ କାଗଜପତ୍ର ମେଟ୍ରୋନ୍‌ମାନଙ୍କୁ ହସ୍ତାନ୍ତର କରାଯାଇ ଇ.ପି.ଏଫ୍‌. କଟାଯାଉ । ସରକାରଙ୍କ ଦ୍ୱାରା ବର୍ଦ୍ଧିତ ସପ୍ତମ ବେତନ କମିଶନର ଅର୍ଥ ଲାଗୁ କରାଯାଉ । କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ, ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କରାଯାଉ । ମେଟ୍ରୋନ୍ ମାନଙ୍କର ହଷ୍ଟେଲ୍ ପରିସରରେ କ୍ୱାର୍ଟର ର ବ୍ୟବସ୍ଥା କରାଯାଉ । ହଠାତ୍ କୌଣସି ଆକସ୍ମିକ ଘଟଣା ପିଲାମାନଙ୍କର ଘଟିଲେ ତାଙ୍କୁ ଚାକିରୀରୁ ବହିସ୍କାର କରାଯିବା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ବିଳମ୍ବରେ ଚାକିରୀ ଦିଆଯାଇଥିବାରୁ ଚାକିରୀର ବୟସ ସୀମା ବୃଦ୍ଧି କରାଯାଉ । ମାଟ୍ରନ ମାନଙ୍କ ଯୋଗ୍ୟତା ଅନୁସାରେ ୧୦% ପଦୋନ୍ନତିର ବ୍ୟବସ୍ଥା କରାଯାଉ । ମେଟ୍ରୋନ୍ ସଂଘ ପକ୍ଷରୁ ରଞ୍ଜିତା ଚେଟି, ଅନୀତା ଖେସଲା, ସୋନାଲି ଶ୍ରୀଚନ୍ଦନ, ବୀଣାପାଣି ବିଶ୍ୱାଳ, ରଞ୍ଜୁଲତା ବେହେରା, ପ୍ରମୁଖ ମାନପତ୍ର, ଉତ୍ତରୀୟ ପ୍ରଦାନ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande