ଭୁବନେଶ୍ୱର, 30 ମେ (ହି.ସ.)- ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ସୂର୍ଯ୍ୟବଂଶୀ
ସୂରଜ ଶୋକପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉଚ୍ଚଶିକ୍ଷା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ରାଜ୍ୟରେ ଆମ ବିଜେପିର ପ୍ରଥମ ବିଧାୟକ ଶ୍ରୀ ପ୍ରସନ୍ନ
ପଟ୍ଟନାୟକଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦ । ୧୯୮୫ ମସିହାରେ କାମାକ୍ଷାନଗର ନିର୍ବାଚନ
ମଣ୍ଡଳୀରୁ ସେ ବିଜେପି ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ଅସମୟରେ ପ୍ରଭୁ ତାଙ୍କ
ପରିବାରକୁ ସାହସ ପ୍ରଦାନ କରିବା ସହ ଅମର ଆତ୍ମାକୁ ସଦଗତି ଦିଅନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା