ଡିଆରଆଇ ମିଜୋରାମରେ ମେଥାମ୍ଫେଟାମାଇନ ର ବିପୁଳ ପରିମାଣ କରିଛି ଜବତ
ନୂଆଦିଲ୍ଲୀ, ଜୁନ୍ ୧ (ହିସ)- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ), ନିଷିଦ୍ଧ ଔଷଧ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ମେ ୩୦ ତାରିଖରେ ମିଜୋରାମର ଆଇଜଲ-ଚମ୍ଫାଇ ରାଜପଥରେ ଏକ ମହିନ୍ଦ୍ରା ଏକ୍ସୟୁଭିରୁ ୯.୭୨ କିଲୋଗ୍ରାମ ମେଥାମ୍ଫେଟାମାଇନ ବଟିକା ଜବତ କରିଛି। ଆନ୍ତର୍ଜାତୀୟ ଅବୈଧ ବଜାରରେ ଜବ
ଡିଆରଆଇ ମିଜୋରାମରେ ମେଥାମ୍ଫେଟାମାଇନ ର ବିପୁଳ ପରିମାଣ କରିଛି ଜବତ


ନୂଆଦିଲ୍ଲୀ, ଜୁନ୍ ୧ (ହିସ)- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ), ନିଷିଦ୍ଧ ଔଷଧ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ମେ ୩୦ ତାରିଖରେ ମିଜୋରାମର ଆଇଜଲ-ଚମ୍ଫାଇ ରାଜପଥରେ ଏକ ମହିନ୍ଦ୍ରା ଏକ୍ସୟୁଭିରୁ ୯.୭୨ କିଲୋଗ୍ରାମ ମେଥାମ୍ଫେଟାମାଇନ ବଟିକା ଜବତ କରିଛି। ଆନ୍ତର୍ଜାତୀୟ ଅବୈଧ ବଜାରରେ ଜବତ ବଟିକାର ମୂଲ୍ୟ ୯.୭୨ କୋଟି ଟଙ୍କା ଆକଳନ କରାଯାଇଛି।

ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ନିଷିଦ୍ଧ ଔଷଧ ଭାରତ-ମିଆଁମାର ସୀମାର ଜୋଖାଓଥାର ସେକ୍ଟର ଦେଇ ମିଆଁମାରରୁ ମିଜୋରାମକୁ ଅଣାଯାଇଥିଲା।

ଡିଆରଆଇ ଅଧିକାରୀମାନେ ୧୦ଟି ପ୍ୟାକେଟ ପାଇଛନ୍ତି ଯେଉଁଥିରେ ଏହି ଚୋରା େଓ÷ାଷଧ ଲୁଚାଇ ରଖାଯାଇଥିଲା। ଏହି ପ୍ୟାକେଟଗୁଡ଼ିକୁ ଚତୁରତାର ସହିତ ଗାଡ଼ିର ପଛ ସିଟ୍ ଉପରେ ଥିବା ଏକ ଚାମ୍ବରରେ ରଖାଯାଇଥିଲା। ଉଦ୍ଧାର ହୋଇଥିବା ଔଷଧ ଏବଂ ଗାଡ଼ି ଉଭୟ ଜବତ କରାଯାଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଜାନୁଆରୀ ୨୦୨୫ ରୁ ଏପର୍ଯ୍ୟନ୍ତ, ଡିଆରଆଇ ମିଜୋରାମରେ ୭୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମେଥାମ୍ଫେଟାମାଇନ୍ ଏବଂ ହେରୋଇନ୍ ଜବତ କରିଛି। ଏହି ସମୟ ମଧ୍ୟରେ ୭ ଜଣଙ୍କୁ ଗିରଫ କରାଯାଇଛି। ଏନଡିପିଏସ୍ ଆଇନ ଅନୁଯାୟୀ ଦୋଷୀଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ଅଛି। ଡିଆରଆଇର ଏହି କାର୍ଯ୍ୟାନୁଷ୍ଠାନ ନିଶା କାରବାର ବିରୁଦ୍ଧରେ ଏକ କଠୋର ପଦକ୍ଷେପ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande