ଦିଲ୍ଲୀ ମେଟ୍ରୋ ଆରମ୍ଭ କଲା ବିଶେଷ ବର୍ଗର ଯାତ୍ରୀଙ୍କ ପାଇଁ ପ୍ରାୟୋରିଟି ଫ୍ରିସ୍କିଙ୍ଗ ସୁବିଧା
ନୁଆଦିଲ୍ଲୀ 1 ଜୁନ (ହି.ସ)-ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସୀ)କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସଏଫ)ସହଯୋଗରେ ବିଶେଷ ବର୍ଗର ଯାତ୍ରୀଙ୍କ ପାଇଁ ମେଟ୍ରୋ ଷ୍ଟେସନ ଗୁଡିକରେ ପ୍ରାୟୋରିଟି ଫ୍ରିସ୍କିଙ୍ଗ(ପ୍ରାଥମିକତା ଯାଞ୍ଚ)ର ସୁବିଧା ଆରମ୍ଭ କରିଛି।ଏହି ପ୍ରୟ
ଦିଲ୍ଲୀ ମେଟ୍ରୋ ଆରମ୍ଭ କଲା ବିଶେଷ ବର୍ଗର ଯାତ୍ରୀଙ୍କ ପାଇଁ ପ୍ରାୟୋରିଟି ଫ୍ରିସ୍କିଙ୍ଗ ସୁବିଧା


ନୁଆଦିଲ୍ଲୀ 1 ଜୁନ

(ହି.ସ)-ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସୀ)କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ

(ସିଆଇଏସଏଫ)ସହଯୋଗରେ ବିଶେଷ ବର୍ଗର ଯାତ୍ରୀଙ୍କ ପାଇଁ ମେଟ୍ରୋ ଷ୍ଟେସନ ଗୁଡିକରେ ପ୍ରାୟୋରିଟି

ଫ୍ରିସ୍କିଙ୍ଗ(ପ୍ରାଥମିକତା ଯାଞ୍ଚ)ର ସୁବିଧା ଆରମ୍ଭ କରିଛି।ଏହି ପ୍ରୟାସର ଲକ୍ଷ୍ୟ ହେଉଛି

ବିଶେଷ ଆବଶ୍ୟକତା ଥିବା ଯାତ୍ରୀମାନଙ୍କୁ ଏକ ସୁଗମ ,ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା।ଏହି ସୁବିଧାର ଲାଭ

ବିକଳାଙ୍ଗ,ଗର୍ଭବତୀ ,ଛୋଟପିଲା ସହିତ ମହିଳା ,ବରିଷ୍ଠ ନାଗରିକ ଏବଂ ଆହତ ବ୍ୟକ୍ତି

ପାଇପାରିବେ।ମେଟ୍ରୋ ଷ୍ଟେସନରେ ଏଭଳି ଯାତ୍ରୀମାନଙ୍କ ସୁରକ୍ଷା ଯାଞ୍ଚ ସମୟରେ ପ୍ରାଥମିକତା

ଦିଆଯିବ,ଯାହାଫଳରେ ସେମାନଙ୍କୁ ଲମ୍ବା ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ।ଡିଏମଆରସୀ

ରବିବାର କହିଛି ଯେ ଏହି ପଦକ୍ଷେପ ମେଟ୍ରୋ ସିଷ୍ଟମକୁ ଆହୁରି ଅଧିକ ସମାବେଶୀ,ସୁଲଭ ଏବଂ

ସମ୍ବେଦନଶୀଳ କରିବା ଦିଗରେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ।ଏହା ମାଧ୍ୟମରେ ଦିଲ୍ଲୀ ମେଟ୍ରୋ

ନିଶ୍ଚିତ କରିବାକୁ ଚାହୁଁଛି ଯେ ସମସ୍ତ ଯାତ୍ରୀ ବିଶେଷ କରି ବିଶେଷ ଆବଶ୍ୟକତା ଥିବା

ଯାତ୍ରୀମାନେ ବିନା କୌଣସି ଅସୁବିଧାରେ ମେଟ୍ରୋ ସେବାର ସୁବିଧା ଉଠାଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande