ଗୋପେଶ୍ୱର, 1 ଜୁନ୍ (ହି.ସ.)- ଉତ୍ତରାଖଣ୍ଡର
ଚମୋଲି ଜିଲ୍ଲାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଫୁଲ ଘାଟି ଜାତୀୟ ଉଦ୍ୟାନ ରବିବାର ଦିନ
ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି। ପ୍ରକୃତି ପ୍ରେମୀ ଓ ଟ୍ରାକର୍ସମାନଙ୍କ ପାଇଁ ଏହା ସ୍ୱର୍ଗ
ସଦୃଶ,
ଯେଉଁଠାରେ ସେମାନେ ହଜାର ହଜାର ପ୍ରକାରର ରଙ୍ଗବେରଙ୍ଗ ଫୁଲକୁ ଏକାସାଙ୍ଗରେଦେଖିପାରନ୍ତି।
ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ଏହି ଘାଟି ଖୋଲାଯିବା ସହିତ ସ୍ଥାନୀୟ ପର୍ଯ୍ୟଟନ
ବ୍ୟବସାୟକୁ ନୂଆ ଉତ୍ସାହ ମିଳିଛି। ଏହି ଘାଟି ୧ ଜୁନରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଖୋଲା ରହିବ।
ଏହି ସୂଚନା ଆଜି ସୂଚନା ବିଭାଗର ବିଜ୍ଞପ୍ତି ମାଧ୍ୟମରେ ଦିଆଯାଇଛି।
ପ୍ରତିବର୍ଷର ପରି, ଏବର୍ଷ ମଧ୍ୟ ଘାଟିକୁ ଜୁନ୍ ମାସର ଆରମ୍ଭ ସପ୍ତାହରେ ପର୍ଯ୍ୟଟକମାନେ
ପାଇଁ ଖୋଲାଯାଇଛି। ସାଧାରଣତଃ ଏହି ଘାଟି ଅକ୍ଟୋବର ଶେଷ ପର୍ଯ୍ୟନ୍ତ କିମ୍ବା ତୁଷାରପାତ ଆରମ୍ଭ
ହେବା ପର୍ଯ୍ୟନ୍ତ ଖୋଲା ରହିଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା