ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ, ଭାରତ-ୟୁରୋପୀୟ ସଂଘ ଏଫଟିଏକୁ ମିଳିବ ପ୍ରୋତ୍ସାହନ
ନୂଆଦିଲ୍ଲୀ, 1 ଜୁନ୍ (ହି.ସ.) - ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କର 1 ଜୁନରୁ ତିନି ଦିନିଆ ସରକାରୀ ଗସ୍ତ ଆରମ୍ଭ ହୋଇଛି । 1 ରୁ 5 ଜୁନ ପର୍ଯ୍ୟନ୍ତ ସେ ଫ୍ରାନ୍ସ ଓ ଇଟାଲୀ ଗସ୍ତ କରିବେ । ଫ୍ରାନ୍ସରେ ଗୋୟଲ କିଛି ଦ୍ୱିପାକ୍ଷିକ ବୈଠକ କରିବେ। ଏହି ବୈଠକଗୁଡ଼
ବାଣିଜ୍ୟ ଓ     ଶିଳ୍ପମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ, ଭାରତ-ୟୁରୋପୀୟ ସଂଘ ଏଫଟିଏକୁ ମିଳିବ ପ୍ରୋତ୍ସାହନ


ନୂଆଦିଲ୍ଲୀ, 1 ଜୁନ୍ (ହି.ସ.)

- ବାଣିଜ୍ୟ ଓ

ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କର 1 ଜୁନରୁ ତିନି ଦିନିଆ ସରକାରୀ ଗସ୍ତ ଆରମ୍ଭ ହୋଇଛି । 1 ରୁ

5 ଜୁନ ପର୍ଯ୍ୟନ୍ତ ସେ ଫ୍ରାନ୍ସ ଓ ଇଟାଲୀ ଗସ୍ତ କରିବେ । ଫ୍ରାନ୍ସରେ ଗୋୟଲ କିଛି ଦ୍ୱିପାକ୍ଷିକ

ବୈଠକ କରିବେ। ଏହି ବୈଠକଗୁଡ଼ିକ ମଧ୍ୟରେ ଅର୍ଥନୀତି ମନ୍ତ୍ରୀ ଏରିକ୍ ଲୋମ୍ବାର୍ଡ ଓ ବାଣିଜ୍ୟ

ମନ୍ତ୍ରୀ ଲୋରେନ୍ ସେଂଟ-ମାର୍ଟିନ ସହିତ ବୈଠକ ଅନ୍ତର୍ଭୁକ୍ତ। ଏହି ବୈଠକଗୁଡ଼ିକର ଉଦ୍ଦେଶ୍ୟ

ହେଉଛି ଭାରତ-ଫ୍ରାନ୍ସ ଅର୍ଥନୈତିକ ବୁଝାମଣାକୁ ଆହୁରି ସୁଦୃଢ଼ କରିବା।

ଏହି ଗସ୍ତରେ ଗୋୟଲ ବିକାଟ୍, ଟୋଟାଲ୍ ଏନର୍ଜି, ଲୋରିଅଲ୍, ରେନୋଲ୍ଟ୍, ଭାଲେଓ, ଇଡିଏଫ୍ ଓ ଏଟିଆର୍ ପରି ମୁଖ୍ୟ ଫ୍ରାନ୍ସୀସୀ କମ୍ପାନୀମାନଙ୍କ ସହିତ

ବ୍ୟବସାୟିକ ବୈଠକ କରିବେ। ଏହାସହିତ ଭାରତ-ଫ୍ରାନ୍ସ ବିଜନେସ୍ ରାଉଣ୍ଡ ଟେବୁଲ୍ ଓ ଭାରତ-ଫ୍ରାନ୍ସ

ସିଇଓ ଫୋରମ୍ ମଧ୍ୟ ଆୟୋଜିତ ହେବ।

ଗୋୟଲ ଓଇସିଡି ମନ୍ତ୍ରିସଭା

ପରିଷଦ ବୈଠକ ସମୟରେ ୱାର୍ଲ୍ଡ ଟ୍ରେଡ୍ ଅର୍ଗାନାଇଜେସନ୍ମନ୍ତ୍ରୀମଣ୍ଡଳୀୟ ସଭ୍ୟମାନଙ୍କର ଅନୌପଚାରିକ ସଭାରେ ମଧ୍ୟ ଅଂଶ ନେବେ, ଯେଉଁଠାରେ ସେ ବିଶ୍ୱ ଅର୍ଥବ୍ୟବସ୍ଥା ଓ ବାଣିଜ୍ୟ ସମ୍ପର୍କୀୟ ବିଷୟରେ

ତାଙ୍କ ସମକକ୍ଷ ମନ୍ତ୍ରୀମାନେ ସହିତ ଚର୍ଚ୍ଚା କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande