ଜୟପୁର, ୧୨ ଜୁନ୍ (ହି.ସ.) - ଜୟପୁର ଢେପଗୁଡା ନିକଟରେ ଅଟୋ ଓ ମୋପେଡ ଗାଡି ମଧ୍ୟରେ ଧକ୍କା ରେ ଓଲଟିଲା ଅଟୋ । ଦୁର୍ଘଟଣାରେ ବାରିଣିପୁଟର ତ୍ରିପତି ପାତ୍ର ଙ୍କ ପୁଅ ନିତେଶ ପାତ୍ର (୧୨) ଙ୍କ ମୃତ୍ୟୁ ହେବା ସହ ମୋପେଡ ଚାଳକ ସମେତ ୪ ଜଣ ଆହାତ ହୋଇଥିବା ଜଣାଯାଇଛି । ଗୁରୁତର ମାନଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସୁଚନା ଅନୁଯାଇ ଅଟୋ ଟି ବାରିଣିପୁଟ ଅଭିମୁଖେ ଯାଉଥିବା ବେଳେ ମୋପେଡଟି ସାମନା ପଟେ ଆସ ିଥିଲା । ତାହାକୁ ବଂଚେଇବାକୁଯାଇ ଅଟୋଟି ଓଲିଟି ପଡିଥିଲା । ଫଳରେ ଅଟୋ ରେ ବସିଥିବା ୧୨ ବର୍ଷ ନାବାଳକ ଛାତ୍ର ଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ଉତେଜନା ଦେଖାଯାଇଥିଲା । ଘଟଣା ସ୍ଥଳରେ ଟାଉନ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି