ଘିଚାପାଲି ଗ୍ରାମରୁ ୬୦ କ୍ୱିଂଟାଲ ଚୋରା କେନ୍ଦୁପତ୍ର ଜବତ
ସମ୍ବଲପୁର, ୧୩ ଜୁନ୍ (ହି.ସ.) - ଶୁକ୍ରବାର ପ୍ରତ୍ୟୁଷରେ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ଘିଚାପାଲି ଗ୍ରାମରୁ ଚୋରା ୧୨୪୪ ବିଡ଼ା କେନ୍ଦୁପତ୍ରକୁ ଜବତ କରାଯାଇଛି। ମିଳିଥିବା ସୁଚନା ଅନୁସାରେ ଯୁଯୋମୁରା ବନ ବିଭାଗକୁ ଆଗୁଆ ସୂଚନା ମିଳିବାରୁ ଉଭୟ ଜଙ୍ଗଲ ଏବଂ କେନ୍ଦୁପତ୍ର ବନ ବିଭାଗର ମିଳିତ
ଘିଚାପାଲି ଗ୍ରାମରୁ ୬୦ କ୍ୱିଂଟାଲ ଚୋରା କେନ୍ଦୁପତ୍ର ଜବତ


ସମ୍ବଲପୁର, ୧୩ ଜୁନ୍ (ହି.ସ.) - ଶୁକ୍ରବାର ପ୍ରତ୍ୟୁଷରେ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ଘିଚାପାଲି ଗ୍ରାମରୁ ଚୋରା ୧୨୪୪ ବିଡ଼ା କେନ୍ଦୁପତ୍ରକୁ ଜବତ କରାଯାଇଛି। ମିଳିଥିବା ସୁଚନା ଅନୁସାରେ ଯୁଯୋମୁରା ବନ ବିଭାଗକୁ ଆଗୁଆ ସୂଚନା ମିଳିବାରୁ ଉଭୟ ଜଙ୍ଗଲ ଏବଂ କେନ୍ଦୁପତ୍ର ବନ ବିଭାଗର ମିଳିତ ଉଦ୍ୟମରେ ଯୁଯୋମୁରା ବ୍ଲକର କୟାକୁଦ ଗ୍ରାମପଂଚାୟତ ଅନ୍ତର୍ଗତ ଘିଚାପାଲି ଗ୍ରାମରେ ଚୋରା କେନ୍ଦୁପତ୍ର ଚାଲାଣ ସକାଶେ ଦୁଇ ପିକଅପ ଭେନ୍ ଏବଂ ଏକ ବାର ଚକିଆ ଟ୍ରକ ଯୋଗେ ଲୋଡ ହେଉଥିବା ସମୟରେ ଆତର୍କିତ ଭାବେ ବନ ବିଭାଗ ଚଢାଉ କରି ଏହି ସଫଳତା ପାଇଛି। ଏହି ଚଢାଉକୁ ସଦର ବନାଂଚଳ ଅଧିକାରୀ ଅମିତ୍ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଭିମଖୋଜ୍ ବନପାଲଙ୍କ ଦଳ ଏବଂ ଯୁଯୋମୁରା ବନପାଲଙ୍କ ଦଳ ସହିତ ଯୁଯୋମୁରା କେନ୍ଦୁପତ୍ର ବନାଂଚଳ ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ଲିଡ୍ କରିଥିଲେ େତ୍ୱେ ପାଖାପାଖି ୬୦ କ୍ୱିଂଟାଲ ଯାହାକି ୧୨୪୪ କେନ୍ଦୁପତ୍ର ବିଡ଼ାଜବତ କରିଥିବା ବନବିଭାଗ ତରଫରୁ ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande