ଜୟପୁର, ୧୨ ଜୁନ୍ (ହି.ସ.)- ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ତଥା ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଜୟପୁର ଯାଦବ ଭବନ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି I ଏଥିରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରି ଯୋଗଦାନ କରିଥିଲେ ଶ୍ରୀ ଦାଶ୍ ଉକ୍ତ ବୈଠକରେ ସଭାପତିତ୍ବ କରିଥିଲା ବେଳେ କର୍ମଚାରି ମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା I କର୍ମଚାରି ମାନଙ୍କ ମୁଖ୍ୟ ଦାବି ଯୋଗ୍ୟତା ଭିତ୍ତିରେ ଦରମା ପ୍ରଦାନ କରିବା ତଥା ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ଼ ପେ ଦାବିରେ ବିଗତ ଦିନରେ ଅମଲା ମାନଙ୍କ ଦ୍ବାରା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ଆନ୍ଦୋଳନ କରାଯାଇଥିବା ସ୍ଥଳେ ପୁର୍ବ ସରକାର ପ୍ରତିଶ୍ରୁତି ଦେଇ କର୍ମଚାରି ମାନଙ୍କୁ ପ୍ରତାରଣା କରିବା ପୂର୍ବ ସରକାରଙ୍କ କର୍ମଚାରି ମାନଙ୍କ ପ୍ରତି ବୈମାତୃକ ମନଭାବ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ I ବର୍ତ୍ତମାନର ସରକାରଙ୍କୁ ମଧ୍ୟ ରାଜ୍ୟ ସଂଘ ଓ ବିଭିନ୍ନ ଜିଲ୍ଲା ସଂଘର କର୍ମକର୍ତ୍ତା ବାରମ୍ବାର ଦାବିପତ୍ର ପ୍ରଦାନ କରିସାରିଛନ୍ତି I ତେଣୁ ସରକାର କର୍ମଚାରୀ ମାନଙ୍କର ପ୍ରବେଶିକା ଦରମା ହାରରେ ପରିବର୍ତ୍ତନ କରିବା ସହିତ ଯୋଗ୍ୟତା ଭିତ୍ତିରେ ଦରମା ପ୍ରଦାନ କରିବା ନିମନ୍ତେ ସରକାରଙ୍କୁ ପୁଣି ଥରେ ଅନୁରୋଧ କରାଯାଇଥିଲା I ଅଷ୍ଟମ ବେତନ ଲାଗୁ ହେବା ପୂର୍ବରୁ ଦରମା ଅସଙ୍ଗତିକୁ ଦୁର କରିବା ନିମନ୍ତେ ଶ୍ରୀ ଦାଶ୍ ସଭାପତି ସରକାରଙ୍କୁ ଅନୁରୋଧ କରିଥିଲେ.I ବିଭିନ୍ନ ବ୍ଲକରେ ବୈଠକ କରିବା ନିମନ୍ତେ ବୈଠକରେ ସ୍ଥିର କରାଯିବା ସହିତ ବୋରିଗୁମ୍ମା ବ୍ଲକ୍ ରେ ଏକ ବିଶାଳ ସମାବେଶ କରିବା ନେଇ ଶ୍ରୀ ଦାଶ୍ ସୂଚନା ଦେଇଥିଲେ I ଉପସ୍ଥିତ ମଞ୍ଚାସିନ ଅତିଥି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଓ ସରକାର କର୍ମଚାରି ମାନଙ୍କ ପ୍ରତି ଶୁଭ ଦୃଷ୍ଟି ଦିଅନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କରିଥିଲେ I ଏହି ବୈଠକରେ ଓଡ଼ିଶା ଅମଲା ସଂଘ ର ୮୨ ବର୍ଷ ପୂର୍ତି ଉତ୍ସବ ପାଳନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା I
ବୈଠକରେ ମୁଖ୍ୟତଃ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଅଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ଦାସ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ବରିଷ୍ଠ ସଦସ୍ୟ କୈଳାଶ ସାମନ୍ତରାୟ, ଜଗେନ୍ଦ୍ର ଚୌଧୁରି, ସହ ସମ୍ପାଦକ ରାଜେନ୍ଦ୍ର ନାରାୟଣ ପାଢି, ବାଳ ଗୋପାଳ ମିଶ୍ର, କାଳି ପ୍ରସାଦ ମିଶ୍ର, ପ୍ରତିକ୍ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ I ପରିଶେଷରେ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ପିକେପି