ଭୁବନେଶ୍ୱର, 12 ଜୁନ୍ (ହି.ସ.)- ଆଜି ସନ୍ଧ୍ୟାରେ
ବସିବ ବିଜେପି କୋର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ
ବୈଠକ । ମୁଖ୍ୟମନ୍ତ୍ରୀ, ପ୍ରଭାରୀ
ଏବଂ କେନ୍ଦ୍ରମନ୍ତ୍ରୀ ରହିବେ ଉପସ୍ଥିତ । ରାଜ୍ୟରେ ଠିକ୍ ଆଜି ଦିନରେ ଶପଥ ନେଇଥିଲେ ବିଜେପି
ସରକାର । ସରକାରକୁ ବର୍ଷ ପୁରି ଥିବା ବେଳେ ସରକାରଙ୍କ ପ୍ରଥମ ବର୍ଷର ସଫଳତା ନେଇ ହେବ ଆଲୋଚନା ।
କିଭଳି ସେହି ସଫଳତା କୁ ନେଇ ଗ୍ରାଉଣ୍ଡରେ ପହଞ୍ଚାଯିବ ସେ ନେଇ ରଣନୀତି ପ୍ରସ୍ତୁତ ହେବ । ଏହାସହ
ଆଗାମୀ ଦିନର ସରକାର ଏବଂ ଦଳର ରଣନୀତି ବି ତିଆରି ହେବ । ଖାଲି ପଡ଼ିଥିବା ବୋର୍ଡ ନିଗମ ଅଧ୍ୟକ୍ଷ
ପୂରଣ ନେଇ ବି ହୋଇପାରେ ନିଷ୍ପତ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା