ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- କଂଗ୍ରେସର ସାମ୍ବାଦିକ ସମ୍ମିଳନୀକୁ କଡ଼ା କାଉଂଟର କରିଛି ବିଜେପି। ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି କଂଗ୍ରେସ ନିଜକୁ ନିଜେ ପ୍ରଶ୍ନ ପଚାରିବା ଦରକାର । କଂଗ୍ରେସ ବି ରାଜ୍ୟରେ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିଲା। ଲୋକଙ୍କ ପାଇଁ ସେମାନେ କଣ କରିଥିଲେ ରାଜ୍ୟବାସୀ ଜାଣିଛନ୍ତି । ସେ କଥା ସେମାନେ ଆଗ ରାଜ୍ୟବାସୀଙ୍କୁ ଜଣାଇବାର ଆବଶ୍ୟକତା ଅଛି । ଓଡ଼ିଶାରେ ମୋହନ ସରକାର ଓ କେନ୍ଦ୍ରରେ ମୋଦି ସରକାର ଦୁର୍ନୀତି ମୁକ୍ତ ସରକାର ଦେବାରେ ବିଜେପି ସଫଳ ହୋଇଛି। ଯାହାକୁ ନେଇ ଓଡ଼ିଶା ଏବଂ ଭାରତ ଦୃତ ଗତିରେ ଆଗକୁ ବଢୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା