ବଲାଙ୍ଗିର, ୧୨ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦେଓଗାଁ ର ସିଙ୍ଘାମୁଣ୍ଡା ଗ୍ରାମପଂଚାୟତରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଛି | ଏହି ଶିବିରରେ ଆଇନ ସେବା ପ୍ରାଧିକରଣ ସଚିବ ପଵିତ୍ରାନନ୍ଦ ପ୍ରଧାନ ଉପସ୍ଥିତ ଶିଶୁ ଓ ଜନସାଧାରଣ ମାନଙ୍କୁ ଶିଶୁର ଅଧିକାର, ବାଲ୍ୟ ବିବାହ ଉଚ୍ଛେଦ, ପୋସ୍କୋ ଆଇନ, ଶିଶୁ ଶ୍ରମିକ ଉଚ୍ଛେଦ ଉପରେ ବିସ୍ତୃତ ବିବରଣୀ ରଖିଥିଲେ | ଏହା ସହ ନିଃସହାୟ ଶିଶୁ ମାନଙ୍କ ଆଧାର କାର୍ଡ ବନେଇ ପାଇଁ 'ସାଥି କମିଟି ' ସହଯୋଗ ଲୋଡ଼ିଥିଲେ | ନାଲସା ଶିଶୁ ହିତାଧିକାରୀ ଯୋଜନା ସହିତ ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ |
ଉକ୍ତ ଶିବିରରେ ସହ ଶ୍ରମ ଅଧିକାରୀ କେଶବ ବେହେରା ଯୋଗଦେଇ ଶ୍ରମ ଆଇନ ଶିଶୁ ସୁରକ୍ଷା ଉପରେ କହିଥିଲେ | ପ୍ରାଧିକରଣର ବିଦ୍ୟୁତ ଲତା ଖମାରି ସହଯୋଗ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ