ଭୁବନ, ୧୨ ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ଭୁବନ ବ୍ଲକରେ ବିକାଶ ବାହନର ଶୁଭାରମ୍ଭ ହୋଇଯାଇଛି । ବିଡିଓ ଶ୍ରୀମତୀ ଆୟୁଷି ମହାପାତ୍ର ନଡ଼ିଆ ଭାଙ୍ଗି ବିକାଶ ରଥକୁ ପୂଜାର୍ଚ୍ଚନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ, ବିଧାୟକଙ୍କ ପ୍ରତିନିଧି ସଞ୍ଜୟ ଦାସ ପତାକା ଦେଖାଇ ବିକାଶ ବାହନ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରପଂଚ, ସମିତି ସଭ୍ୟଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗଦେଇଥିଲେ । ଭୁବନ ବ୍ଲକ ରେ ଏହି ବିକାଶ ବାହନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ୧୮ ଟି ଗ୍ରାମ ପଂଚାୟତ ପରିକ୍ରମା କରି ଏଲ ଇ ଡି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ ବୋଲି ବିଡ଼ିଓ ଶ୍ରୀମତୀ ମହାପାତ୍ର କହିଥିଲେ ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ