ଜୟପୁର,୧୨ ଜୁନ୍ (ହି.ସ.) - କୋରାପୁଟ ଜିଲା ସଦର ମହକୁମା ପୁଲିସ ପଡିଆ ଠାରେ ସରକାରଙ୍କ ଏକ ବର୍ଷ ପୂର୍ତି ଉପଲକ୍ଷେ ବିକାଶ ମେଳା ଉଦଘାଟିତ ହୋଇ ଜାଇ ଅଛି , ସନ୍ଧ୍ୟାରେ ଆୟୋଜିତ ଉଦଘାଟିତ ଉଛବରେ ଜିଲାପାଳ ଭି କିର୍ତୀ ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଅହମଦବାଦ ଠାରେ ଇଣ୍ଡିଆନ ଏୟାର ଲାଇନ ର ବିମାନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପାର୍ଥନା କରି ଥିଲେ ,ପରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ବିଭିର୍ନ ସାଂସ୍କୃତିକ କାର?୍ୟ୍ୟକ୍ରମ ଏବଂ ଏକ ପୁରୁଣା ମନଛୁଆଁ ଚଳ ଚିତ୍ର ଶେଷ ଶ୍ରାବଣ ପ୍ରଦର୍ଶନ କରାଯାଇଥିଲା , ଆୟୋଜିତ ମେଳାରେ ୭୦ ଷ୍ଟଲ ନିର୍ମାଣ ହେଇଥିବ ବେଳେ ଏହି ଷ୍ଟଲ ରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପଦର୍ଶନି ସହ ପଲିଶ୍ରୀ ମେଳା ଏବଂ ବିଭିର୍ନ ବିଭାଗ ପକ୍ଷରୁ ସରକାରଙ୍କ ଯୋଜନାର ସଫଳ ରୁପ୍ସାୟନ ର କାର୍ଯ୍ୟ ମଧ୍ୟ ପଦର୍ସିତ କରାଯାଇଥିଲା , କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରି ହେଉଥିବା ସମସ୍ତ ଯୋଜନା ଉପରେ ଜନ ସଚେତନ କରାଯିବା ପାଇଁ ଏହି ଷ୍ଟଲ ମାଧ୍ୟମରେ ଯୋଜନାର ରୂପ ରେଖ ପ୍ରଦର୍ଶତ କରାଯାଇଥିଲା ,ଏହି ବିକାଶ ମେଳରେ ପ୍ରଥମ ସନ୍ଧ୍ୟା ସଂସ୍କୃତି କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ,ଉଚ୍ଚକୋଟୀର ଓଡିଶୀ ନୃତ୍ୟ ଏବଂ ଭଜନ ସଂଗୀତ ଗନ ଦର୍ଶକ ଙ୍କ ମନମୋହିଥିଲା , ଏହି ଅବସରରେ ଅତିରିକ୍ତ ଜିଲାପାଳ ତପନ କୁମାର ନାୟକ , ମୁଖ୍ୟ ଉର୍ନୟନ ଅଧିକାରୀ ବେଣୁଧର ଶବର , ଉପଜିଲାପାଳ ପ୍ରେମଲାଲା ହିଆଲ , ଜିଲା ଯୋଜନା ପର୍ଯ୍ୟବେକ୍ଷଣ ଉପନିର୍ଦେଶକ ସୂର?୍ୟ୍ୟକାନ୍ତ ବେହେରା , ଜିଲା ସଂସ୍କୃତି ଅଧିକାରୀ ପ୍ରୀତିସୁଦ୍ଧା ଜେନା , ଜିଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ସମେତ ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଶତପଥୀ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି