କେନ୍ଦୁଝର, ୧୨ ଜୁନ୍ (ହି.ସ.) - ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର?୍ୟ୍ୟାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପଥପ୍ରାନ୍ତ ନାଟକ ଦେଶ ଭବିଷ୍ୟ ମଂଚସ୍ଥ ହୋଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠେପୋଷକ ଭାବେ ଦାୟିତ୍ୱ ନେଇଥିଲେ ଓ ଶିଶୁ ଶ୍ରମିକ ପ୍ରଥାର ଉଛେଦ ଉପରେପ୍ରାଧିକରଣରଭୂମିକା ସୂଚନା ଦେଇଥିଲେ।
ପ୍ରାଧିକରର ସଦସ୍ୟ ତଥା ତଦାସା ସମ୍ପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲାଶ୍ରମ ଅଧିକାରୀ ଆକାଶ ବିଷୋୟୀ ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀ ବିଭୂତିଭୂଷଣ ଦାସ ସେମାନଙ୍କ ଅଭିଭାଷଣ ମଧ୍ୟରେ ଶିଶୁ ଶ୍ରମିକ ଉଛେଦ ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଏହି କଳଙ୍କିତ କାର୍ଯ୍ୟର ବିଲୋପ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ କରିଥିବା ପ୍ରଚେଷ୍ଟା ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡିୟ ବିଚାରପତି ଏଡିଜେ ଫାଷ୍ଟଟ୍ରାକ ବିଜୟକୁମାର ମିଶ୍ର, ସବଜଜ ଅମରେଶ କୁମାର ନାୟକ, ରେଜିଷ୍ଟରାର ସୁଚେତା କୃପାଳିନୀ, ସୁନିତା କୁମାରୀ ଦାସ, ଇନସପେକ୍ଟର ଦେବକୀ ନାଏକ ଉପସ୍ଥିତ ଥିଲେ।
ସଭା ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରାୟୋଜିତ ଆଇନଜୀବି ରବୀନ୍ଦ୍ର କୁମାର ସେଠୀଙ୍କ ନିର୍ଦ୍ଦେଶିତ ଓ ଅକ୍ଷୟ କୁମାର ଚକ୍ରଙ୍କ ଦ୍ୱାରା ରଚିତ କ୍ଷୁଦ୍ର ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ବିଭିନ୍ନ ଭୂମିକାରେ ଅର୍ଚନା ଦାସ, ମମତାରାଣୀ ମହାନ୍ତ, ଲୋକନାଥ ବାରିକ, ଜସ୍ମିନ ନାୟକ, ଆରତୀ ତରାଇ, ଶିବନାଥ ନାଏକ, କେଶବ ପାତ୍ର, ବସନ୍ତ ବାରିକ, ମମତାମୟୀ ମହାନ୍ତ, ସୌମ୍ୟା ଜେନା, ମାଳତି ମୁଖି, ବିକାଶ ମହାନ୍ତ, ସ୍ନେହା ହାଁସଦା ଅଭିନୟ କରିଥିଲେ।
ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସକାଳ ୭ ଘଟିକା ପ୍ରାଧିକରଣ ତରଫରୁ ସ୍ୱେଛାସେବୀ, ଆଇନଜୀବି, ବୁଦ୍ଧିଜୀବୀ ଜନସାଧାରଣ ଶୋଭାଯାତ୍ରାରେ ବାହାରି ଶିଶୁ ଶ୍ରମିକ ବିରୋଧରେ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA