ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ବିଜେଡି ଦ୍ୱାରା ଅଭିନବ ଉପାୟରେ ପ୍ରଦର୍ଶନ
Bhubaneswar, 12 ଜୁନ୍ (ହି.ସ.) ହାତଲେଖା ପ୍ଲାକାର୍ଡରେ ସରକାରଙ୍କ ବିଫଳତାକୁ ପ୍ରଦର୍ଶନ ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଫଳତାକୁ ହେଲା ପ୍ରସଙ୍ଗ ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆଜି ଏକ ବର୍ଷ ପୂରଣ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରର ମ
ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ବିଜେଡି ଦ୍ୱାରା ଅଭିନବ ଉପାୟରେ ପ୍ରଦର୍ଶନ


Bhubaneswar, 12 ଜୁନ୍ (ହି.ସ.)

ହାତଲେଖା ପ୍ଲାକାର୍ଡରେ ସରକାରଙ୍କ ବିଫଳତାକୁ ପ୍ରଦର୍ଶନ

ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଫଳତାକୁ ହେଲା ପ୍ରସଙ୍ଗ

ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆଜି ଏକ ବର୍ଷ ପୂରଣ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଫଳତାକୁ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବିଜେଡି ବିଧାୟକ ମାନଙ୍କ ସହିତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିବା ନେତା ମାନେ ମୁଖ୍ୟତଃ ଯୋଗ ଦେଇଥିଲେ ।

ଗତ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର କିପରି ବିଫଳ ହୋଇଛନ୍ତି, ତାହାକୁ ହାତ ଲେଖା ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହା ଛଡା, ଗତ ଏକ ବର୍ଷରେ, ଆଇନଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇ ପଡିଛି, ବିଶେଷକରି ଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ଅପରାଧର ଅହେତୁକ ବୃଦ୍ଧିକୁ କଳାତ୍ମକ ଉପାୟରେ ଦର୍ଶାଯାଇଥିଲା । ରାଜ୍ୟ ସ୍ୱାର୍ଥ ସହିତ ଜଡିତ ଥିବା ପ୍ରତିଟି ପ୍ରସଙ୍ଗ ଯଥା, କେନ୍ଦ୍ରୀୟ ଅନୁଦାନରେ ହ୍ରାସ, ପୋଲାଭରମ, କୋଟିଆ, ମହାନଦୀ ଓ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ କେନ୍ଦ୍ରର ଅବହେଳା, ଅତ୍ୟାବଶକୀୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି, ଶ୍ରୀମନ୍ଦିରରେ ଅବ୍ୟବସ୍ଥା, ଓବିସି, ଏସଟି ଏସସି ବର୍ଗର ଲୋକଙ୍କ ସ୍ୱାର୍ଥ ପ୍ରତି ଅଣଦେଖା, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ, ବିଏସ୍କେୱାଇ ବଦଳରେ ଆୟୁଷ୍ମାନରୁ ଯନ୍ତ୍ରଣା ଇତ୍ୟାଦି ମୁଖ୍ୟତଃ ପ୍ଲାକାର୍ଡରେ ସ୍ଥାନ ପାଇଥିଲା । ଗତ ଏକ ବର୍ଷର ସରକାର ଏହି ସମସ୍ତ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ କେବଳ ନବୀନ ସରକାରଙ୍କ ଅମଳର କିଛି ନାମ ଓ ରଙ୍ଗ ପରିର୍ବତ୍ତନ ସରକାର ସାଜିଛନ୍ତି ବୋଲି ପ୍ଲାକାର୍ଡରେ ଦର୍ଶାଯାଇଥିଲା । ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଏଭଳି ଏକ ଅଭିନବ ପ୍ରଦର୍ଶନକୁ ସ୍ଥାନୀୟ ଲୋକମାନେ ସମର୍ଥନ କରିଥିଲେ । ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ କିଛି ସମୟ ରହି ପ୍ଲାକାର୍ଡ ଗୁଡିକରେ ଲେଖା ଯାଇଥିବା ସ୍ଲୋଗାନଗୁଡିକୁ ପଢ଼ୁଥିବାର ଦେଖାଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଭିଡ଼ ଜମାଇବାରୁ ପୋଲିସ ଧାରଣାରେ ଥିବା ବିଜେଡି ନେତା ମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା, ଯାହା ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା । ପୋଲିସର ପ୍ରଚେଷ୍ଟା ସତ୍ତ୍ୱେ, ଘଟଣା ସ୍ଥଳରେ ଧାରଣା ଜାରି ରହିଥିଲା ।

ଏହି ଧାରଣାରେ ଦଳର ବରିଷ୍ଠ ନେତୃବୃନ୍ଦ ଯଥା, ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ସଂତୃପ୍ତ ମିଶ୍ର, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଡ଼ଃ ଅରୁଣ କୁମାର ସାହୁ, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ପ୍ରତାପ ଜେନା, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ପ୍ରତାପ ଦେବ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ଦେବୀରଂଜନ ତି୍ରପାଠୀ, ଶ୍ରୀ ସୁବାଶିଷ ଖୁଣ୍ଟିଆ, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ରମେଶ ବେହେରା, ଶ୍ରୀ ଧ୍ରୁବ ସାହୁ, ଶ୍ରୀମତୀ ସର୍ମିଷ୍ଠା ସେଠୀ, ଶ୍ରୀ ଗୌତମବୁଦ୍ଧ ଦାସ, ଶ୍ରୀ ସାରଦା ଜେନା, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ପ୍ରୀତିରଂଜନ ଘଡାଇ, ଶ୍ରୀ ଭୃଗୁ ବକ୍ସିପାତ୍ର, ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀ ରୁଦ୍ର ମହାରଥୀ, ଶ୍ରୀ ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande