ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଗତ ଏକ ବର୍ଷ ଭିତରେ ବିଜେପି ଏକ ଦୃଢ଼ ଉତରଦାୟୀ ସରକାର ଦେବାରେ ସଫଳ ହୋଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି ନିର୍ବାଚନ ପୂର୍ବରୁ ଯେଉଁ ସଂକଳ୍ପ ନେଇ ବିଜେପି ଲୋକଙ୍କ ପାଖକୁ ଯାଇଥିଲା, ତାର ଉତର ଦେବା ମଧ୍ୟ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବର୍ଷକ ଭିତରେ ଯେଉଁ ପଦକ୍ଷେପ ନେଇଛନ୍ତି ତାର ସବିଶେଷ ତଥ୍ୟ ଦେଇସାରିଛନ୍ତି। ସରକାର ସଂଗଠନକୁ ସମାନ୍ତରାଳ ଭାବେ ପାଥେୟ କରି ଆଗକୁ ବଢୁଛି ବିଜେପି ସରକାର ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା