ଆରଜି କର ମାମଲାରେ ସିବିଆଇ ଚତୁର୍ଥ ଷ୍ଟାଟସ ରିପୋର୍ଟ କୋର୍ଟରେ ଦାଖଲ କଲା,ପୀଡିତାଙ୍କ ପରିବାର କହିଲେ ତଦନ୍ତରେ ବିଳମ୍ବ ହେଉଛି
କୋଲକାତା 12 ଜୁନ (ହି.ସ)-ଆରଜି କର ମେଡିକାଲ କଲେଜର ମହିଳା ରେସିଡେଣ୍ଟ ଡାକ୍ତରଙ୍କ ବହୁଚର୍ଚ୍ଚିତ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଚତୁର୍ଥ ସ୍ଥିତି ରିପୋର୍ଟ କୋଲକାତାର ସିୟାଲଦହ କୋର୍ଟରେ ଦାଖଲ କରିଛି।ପୁର୍ବରୁ 24 ଫେବୃଆରୀରେ ଶେଷ ରିପୋର୍ଟ
ଆରଜି କର ମାମଲାରେ ସିବିଆଇ ଚତୁର୍ଥ ଷ୍ଟାଟସ ରିପୋର୍ଟ କୋର୍ଟରେ ଦାଖଲ କଲା,ପୀଡିତାଙ୍କ ପରିବାର କହିଲେ ତଦନ୍ତରେ ବିଳମ୍ବ ହେଉଛି


କୋଲକାତା 12 ଜୁନ (ହି.ସ)-ଆରଜି

କର ମେଡିକାଲ କଲେଜର ମହିଳା ରେସିଡେଣ୍ଟ ଡାକ୍ତରଙ୍କ ବହୁଚର୍ଚ୍ଚିତ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ

ଚତୁର୍ଥ ସ୍ଥିତି ରିପୋର୍ଟ କୋଲକାତାର ସିୟାଲଦହ କୋର୍ଟରେ ଦାଖଲ କରିଛି।ପୁର୍ବରୁ 24 ଫେବୃଆରୀରେ ଶେଷ

ରିପୋର୍ଟ ଦାଖଲ କରାଯାଇଥିଲା।ତଥାପି ତଦନ୍ତର ମନ୍ଥର ଗତିକୁ ନେଇ ପୁଣିଥରେ ପୀଡିତାଙ୍କ ପରିବାର

ଅସନ୍ତୋଷ ପ୍ରକାଶ କରିଛନ୍ତି।ସିବିଆଇ ଅଧିକାରୀମାନେ କୋର୍ଟକୁ କହିଥିଲେ ଯେ ଘଟଣା ସମ୍ପର୍କରେ

ସେମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଥିବା ସିସିଟିଭି ଫୁଟେଜର ବୈଷୟିକ ଯାଞ୍ଚ ଏପର୍ଯ୍ୟନ୍ତ

ସମ୍ପୁର୍ଣ୍ଣ ହୋଇନାହିଁ କାରଣ ବିଶ୍ଲେଷଣ ପାଇଁ ପଠାଯାଇଥିବା ଭିଡିଓର ରିପୋର୍ଟ ଏପର୍ଯ୍ୟନ୍ତ

ମିଳିନାହିଁ।ଅଧିକାରୀଙ୍କ ଅନୁଯାୟୀ ଏହା ବିଳମ୍ବ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande