ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହରାଞ୍ଚଳ ଓ ଆଖପାଖ ଅଂଚଳରେ ବୃକ୍ଷରୋପଣ ଏବଂ କାଠ ଚୋରାଚାଲାଣ ରୋକିବାକୁ ଦାବି
ବଲାଙ୍ଗିର, ୧୨ ଜୁନ୍ (ହି.ସ.)- ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ସାକ୍ଷତ କରି ସଂଘର ସଭାପତି ରତନ କୁମାର ମହାରଣାଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ଓ ଆଲୋଚନା କରାଯାଇଛି । ସଂଘର ସଂପାଦକ ଡା.ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ
ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ  ସହରାଞ୍ଚଳ ଓ ଆଖ ପାଖ ଅଂଚଳରେ ବୃକ୍ଷରୋପଣ ଏବଂ କାଠ ଚୋରା ଚାଳନ ରୋକିବାକୁ ଦାବି


ବଲାଙ୍ଗିର, ୧୨ ଜୁନ୍ (ହି.ସ.)- ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ସାକ୍ଷତ କରି ସଂଘର ସଭାପତି ରତନ କୁମାର ମହାରଣାଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ଓ ଆଲୋଚନା କରାଯାଇଛି । ସଂଘର ସଂପାଦକ ଡା.ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, କାର୍ଯ୍ୟକାରୀ ସଭ୍ୟ ମୋହନ ଗୋପାଳ ପଣ୍ଡା ଓ ସଲିମ ଖାନ, ଭଗବାନ ବଗର୍ତ୍ତି, ଆଦିତ୍ୟ ପଟ୍ଟନାୟକ, ଡା. ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଜୁଲାଇ ମାସ ପ୍ରଥମ ସପ୍ତାହ ବନ ମହୋତ୍ସବ ପରିପ୍ରେକ୍ଷିରେ ସଂଘ ପକ୍ଷରୁ ସହର ମଧ୍ୟରେ ଓ ଟିଟିଲାଗଡ ରୋଡ ସ୍ୱର୍ଗଦ୍ୱାର ସାମନାରେ ନଗରବନ ସୃଷ୍ଟି ପାଇଁ ୬୦୦୦ ବୃକ୍ଷରୋପଣ କରାଯିବାକୁ ସ୍ଥିର କରାଗଲା । ବନ ବିଭାଗ କର୍ତ୍ତୃପକ୍ଷଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ କୁମାର ବିଶି ଦୃଢ ପ୍ରତିଶୃତି ଦେଇଥିଲେ । ବଲାଙ୍ଗିର ସହର ମଧ୍ୟ ଦେଇ କେନ୍ଦୁ ଖଇର ଆଦି କାଠ ତଥା ବନ୍ୟଜାତ ଦ୍ରବ୍ୟ ଭିନ୍ନ ଭିନ୍ନ ସ୍ଥାନକୁ ଚୋରା ଚାଳଣ ହେଉଛି । ଗତ ୧୦ ତାରିଖ ସକାଳୁ ରାଜେନ୍ଦ୍ର କଲେଜ ଛକରୁ ଏକ ଖଇର କାଠ ବୋଝେଇ ଟ୍ରକ ପେଚ ହୋଇଥିବାରୁ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଜବତ ହୋଇପାରିଥିଲା । ଜଙ୍ଗଲ ହିଁ ଜିବନକୁ ଦୃଷ୍ଟିରେ ରଖି ଜିଲ୍ଲାର କୌଣସି ଜଙ୍ଗଲରୁ ଯେପରି ଜଙ୍ଗଲଜାତ ଦ୍ରବ୍ୟ କିମ୍ବା କାଠ ଚୋରା ଚାଳନ ନ ହୁଏ ସେଥି ପ୍ରତି ଜନସାଧାରଣ ଓ ବନ ବିଭାଗ ସହଯୋଗ ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande