ଅବିଭକ୍ତ କୋରାପୁଟ ଜିଲ୍ଲାରେ ୪୪ ପ୍ରଜାତିର ଦେଶୀ ଧାନ ବିଲୁପ୍ତ ପ୍ରାୟ
ଜୟପୁର, ୧୨ ଜୁନ୍ (ହି.ସ.)- ଅବିଭକ୍ତ କୋରାପୁଟ ଜିଲ୍ଲାର ପାରମ୍ପରିକ ଦେଶୀ ଧାନର ମହକ ଏକଦା ଦେଶ ବିଦେଶରେ ଛୁଟୁଥିଲା । ହେଲେ ସଂରକ୍ଷଣ ଓ ପ୍ରୋତ୍ସାହନ ଅଭାବରୁ ବର୍ତ୍ତମାନ ଏହି ପାରମ୍ପରିକ ପ୍ରଜାତିର ଦେଶୀଧାନ ବିଲୁପ୍ତ ପ୍ରାୟ । ଅଧିକ ଉତ୍ପାଦନ ତଥା ଲାଭ ପାଇଁ ଚାଷୀମାନେ ହାଇବ୍ରିଡ୍ ଧାନ ଚାଷମୁହାଁ ହୋ
ଅବିଭକ୍ତ କୋରାପୁଟ ଜିଲ୍ଲା ରେ ୪୪ ପ୍ରଜାତିର ଦେଶୀ ଧାନ ବିଲୁ ପ୍ତପ୍ରାୟ


ଜୟପୁର, ୧୨ ଜୁନ୍ (ହି.ସ.)- ଅବିଭକ୍ତ କୋରାପୁଟ ଜିଲ୍ଲାର ପାରମ୍ପରିକ ଦେଶୀ ଧାନର ମହକ ଏକଦା ଦେଶ ବିଦେଶରେ ଛୁଟୁଥିଲା । ହେଲେ ସଂରକ୍ଷଣ ଓ ପ୍ରୋତ୍ସାହନ ଅଭାବରୁ ବର୍ତ୍ତମାନ ଏହି ପାରମ୍ପରିକ ପ୍ରଜାତିର ଦେଶୀଧାନ ବିଲୁପ୍ତ ପ୍ରାୟ । ଅଧିକ ଉତ୍ପାଦନ ତଥା ଲାଭ ପାଇଁ ଚାଷୀମାନେ ହାଇବ୍ରିଡ୍ ଧାନ ଚାଷମୁହାଁ ହୋଇ ସାରିଲେଣି । ଏପରିକି କୋରାପୁଟ ଜିଲା ଧାନ ଗବେଷଣା କେନ୍ଦ୍ରରେ ମଧ୍ୟ ପାରମ୍ପରିକ ଧାନ ଉପରେ ଗବେଷଣା ନହୋଇ କେବଳ ହାଇବ୍ରିଡ୍ ଧାନ ଉପରେ ଗବେଷଣା ଚାଲିଛି । ୨୦୦୪ ମସିହାରେ ଓଡ଼ିଶା ସରକାରଙ୍କ ତରଫରୁ ଡିଏଫ୍‌ଆଇଡି ସହାୟତାରେ ଦେଶୀଧାନ ଚିହ୍ନଟ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅନୁଧ୍ୟାନ ବେଳେ ଆମ୍ବଗୁଣ୍ଡି, ଅମ୍ବାଝୁଟା, ବଡ଼ଚେରେଗୁଡ଼ି, ବଢ଼ିଆହୁସା, ଭାହାଲଗୋରି, ବାଲିହୁନା, ବେଲାଜୁନା, ଭଟାଖୁଲି, ବୀରମଣି, ବିରିଫୁଲା, ଡେଙ୍ଗାବସେଇ, ଧାଙ୍ଗିରିଖୁସା, ଗଏନ୍ଧି, ଗଜପତି, ଗଜେ, ଗେଲେଇକଣ୍ଠି, ଜେନଥା, ଗୋଛା ମେଢ଼ା, ହଳଦୀଗୁଣ୍ଡି, ହଂସପୁରୀ, ହିରନ, ହୁନର, ଜୟଗୁଡି, ଜଳକେଲି, କଲାସୁ, କନ୍ୟାଶାରୀ, କରାଜି, କରଞ୍ଜ, କିରମାନି, ଲେକ୍ରିସୁଣ୍ଡା, ମହୁଲକଞ୍ଚି, ମୁରଲୀଜାମ, ନେନାମ, ନୃପତିଭୋଗ, ପାଠି, ପିପଲବାସ, ପଟିରେଗୁଡ଼ି, ରୁପାବାଲିପାଟି, ସାଲେଦାନ୍ତ, ଶୁଆଛାତି, ସୁଗନ୍ଧି, ଠାକୁରଭୋଗ, ଉତାଖୁଲିଖୁଲି ସମେତ ୪୪ ପ୍ରଜାତିର ଦେଶୀ କିସମ ଧାନ ଏହି ୩ଟି ଜିଲ୍ଲାରୁ ବିଲୁପ୍ତ ହୋଇଥିବା ଜଣାଯାଇଛି । ସେହିଭଳି ୧୨୦ ପ୍ରଜାତିର ଦେଶୀଧାନ ଥିବା ଦର୍ଶାଯାଇଛି । ବର୍ତ୍ତମାନ ଏଥିମଧ୍ୟରୁ ପ୍ରାୟ ୪୦ ପ୍ରଜାତିର ଧାନ ଥିବାବେଳେ ଅନ୍ୟ ପ୍ରଜାତିର ଧାନ ମଧ୍ୟ ବିଲୁପ୍ତ ହେବାରେ ଲାଗିଛି । ଫିଲିପାଇନ୍‌ସର ରାଜଧାନୀ ମାନିଲା ଠାରେ ଥିବା ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ ଓ କଟକର ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଜର୍ମ ପ୍ଲାଜମ୍ ରଖାଯାଇ ଜିନ୍‌ବ୍ୟାଙ୍କ ଦ୍ୱାରା ଏହି ବିଲୁପ୍ତ ଧାନ ଉପରେ ଗବେଷଣା ହେଉଛି । କୋରାପୁଟ ଜିଲ୍ଲାରେ ଗବେଷଣା ପାଇଁ ଧାନ ଗବେଷଣା କେନ୍ଦ୍ର ରହିଛି । କିନ୍ତୁ, ଏଠାରେ ନୂତନ ପ୍ରଜାତିର ହାଇବ୍ରିଡ୍ ଧାନ ଉପରେ ଗବେଷଣା ଚାଲୁଛି । ବିଲୁପ୍ତ ପ୍ରଜାତିର ଧାନସବୁର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନାରେ ଅର୍ଥ ବରାଦ କରାଯାଉଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ କାହାର ଧ୍ୟାନ ନାହିଁ କି ଚାଷୀ ଏଥିରୁ କୌଣସି ପ୍ରକାର ସୁଫଳ ପାଉନାହାନ୍ତି । ରାଜ୍ୟ ସରକାର ଦେଶୀଧାନ ସଂରକ୍ଷଣ ଓ ପ୍ରୋତ୍ସାହନ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେବାକୁ ଚାଷିଙ୍କ ମହଲରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande