ସମ୍ବଲପୁର, ୧୨ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା କୁଚିଣ୍ଡା ମୁଖ୍ୟ ରାସ୍ତା ସ୍ଥିତ କେଶାଇବାହାଲ ଗ୍ରାମ ଗୂଦାମଗୁଡା ଠାରେ ଆମ ବସ ଧକ୍କାରେ ୨ ଜଣ ଆହତ ହେଇ ଥିବା ଜଣା ପଡିଛି। ସୂଚନା ଅନୁସାରେ ତୁରେଇ ରୁ ବାମରା କୁ ଯାଉଥିବା ମୁଖ୍ୟମନ୍ତ୍ରୀ ବସ ବୁଧବାର ଅପରାହ୍ନ ପ୍ରାୟ ୪ ଟାରେ କେଶାଇବାହାଲ ଗୂଦାମଗୁଡା ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଦୋକାନ କୁ ଧକ୍କା ଦେଇଥିଲା। ଫଳରେ ଉକ୍ତ ଦୋକାନ ସମେତ ସେଠାରେ ଥିବା ୨ଟି ବାଇକ ଚୁରମାର ହେଇ ଯାଇଛି। ଦୋକାନ ରେ ବସିଥିବା ଗୂଦାମଗୁଡା ର ଧନୀ କିସାନ ଓ ଡ଼ଲଫିନ କିସାନ ଆହତ ହେଇଛନ୍ତି। ତାଙ୍କୁ ଉଦ୍ଧାର କରି କେଶାଇବାହାଲ ଡାକ୍ତରଖାନା ରେ ଭର୍ତି କରାଯାଇଛିକ୍ଷ ସୂଚନା ପାଇ ମହୁଲପାଲି ପୋଲିସ ଘଟଣାସ୍ଥଳ କୁ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ପରଠାରୁ ବସ ଚାଳକ ଫେରାର ଥିବା ସୂଚନା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ