ଗଞାମ, ୧୨ ଜୁନ୍ (ହି.ସ.)- ଶେରଗଡ଼ ବ୍ଲକର ପିତଳ ବଜାର ଅଭିମନ୍ଯୁ ଯେନାଙ୍କ ଘର ଢିଅ ସମ୍ମୁଖରେ ଥିବା ସରକାରୀ ଡ୍ରେନ ଉପରେ ମାଟି ପକାଇ ପୋତି ତାପରେ ଜଣେ ଠିକାଦାର ଜେସିଵି, ଓକାର ପାର୍କିଂ କରିବା ପରେ ବଜାରର ନାଳ ନର୍ଦ୍ଦମା ପାଣି ନିଷ୍କାସିତ ହୋଇନପାରି ଏହି ଅଞ୍ଚଳ ଦୁର୍ଗନ୍ଧମୟ ହୋଇପଡ଼ୁଛି। ଡ୍ରେନ ପାଣି ଜମି ମଶାମାଛିଙ୍କ ବଂଶ ବିସ୍ତାର ହେଉଛି। ପିତଳ ଅଞ୍ଚଳ ଡେଙ୍ଗୁ, ମ୍ୟାଲେରିଆ, ଫାଲେରିଆ ଓ ହଇଜା ପ୍ରକୋପିତ ଆଞ୍ଚଳ ରୂପେ ପରିଚିତ। ଏଣୁ ପିତଳ ଵଜାରର ଠିକାଦାରଙ୍କ ଗାଡି ପାର୍କିଙ୍ଗ ହଟାଇ ଡ୍ରେନରୁ ମାଟି ବାହାର କରି ଡ୍ରେନ ପାଣି ନିଷ୍କାସିତ କରିବା ବ୍ଯବସ୍ଥା କରିବାକୁ ଜନସାଧାରଣରେ ଦାବି ହେଉଛି। ଗଞ୍ଜାମ ଜିଲ୍ଲାପାଳ ଓ ପିତଳ ପଞ୍ଚାୟତର ସରପଞ୍ଚଙ୍କ ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ