ନ୍ୟୁୟର୍କ /ତେହରାନ
12 ଜୁନ (ହି.ସ)-ଇରାନ ପରମାଣୁ ପ୍ରସଙ୍ଗରେ ୟୁରୋପୀୟ ଦେଶଗୁଡିକ(ବ୍ରିଟେନ,ଫ୍ରାନ୍ସ,ଏବଂ
ଜର୍ମାନୀ)କୁ ଚେତାବନୀ ଦେଇଛି।ଏହା ଚେତାବନୀ ଦେଇଛି ଯେ ଯଦି 2015ର ପରମାଣୁ ଚୁକ୍ତିରେ
ସ୍ୱାକ୍ଷର କରିଥିବା ଏହି ଦେଶଗୁଡିକ ଏହା ବିରୁଦ୍ଧରେ ଜାତିସଙ୍ଘର ପ୍ରତିବନ୍ଧକ ପୁନଃସ୍ଥାପିତ
କରନ୍ତି,ତେବେ ଏହା ଆଇନଗତ ଭାବରେ ପରମାଣୁ ଅପ୍ରସାର ଚୁକ୍ତି (ଏନପୀଟୀ)ରୁ ଓହରି ଯାଇପାରେ।ବୁଧବାର
ଜାତିସଙ୍ଘ ସୁରକ୍ଷା ପରିଷଦକୁ ଏକ ଆନୁଷ୍ଠାନିକ ପତ୍ରରେ ନ୍ୟୁୟର୍କରେ ଜାତିସଙ୍ଘରେ ଇରାନର ରାଷ୍ଟ୍ରଦୁତ
ଏବଂ ସ୍ଥାୟୀ ପ୍ରତିନିଧି ସଇଦ ଇରାୱାନୀପୁର୍ବ ଚେତାବନୀକୁ ଦୋହରାଇଛନ୍ତି।ଇରାନର ସରକାରୀ ସମ୍ବାଦ
କମିଟି ଇରନା ଖବର ଅନୁସାରେ ଇରାନର ରାଷ୍ଟ୍ରଦୁତ ଏବଂ ସ୍ଥାୟୀ ପ୍ରତିନିଧି ସଇଦ ଇରାୱାନୀ
କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଆନୁପାତିକ ପ୍ରତିକ୍ରିୟା ଦେବ।ଏହି ପ୍ରତିକ୍ରିୟାରେ ସନ୍ଧିର
ଧାରା 10 ଅନୁଯାୟୀ ଏନପୀଟୀରୁ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିବା ଅନ୍ତର୍ଭୁକ୍ତ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା