ସମ୍ବଲପୁର, ୧୨ ଜୁନ୍ (ହି.ସ.) - ରାଜ୍ୟରେ ସରକାର ବଦଳିଛି ହେଲେ ଜନତାଙ୍କ ଭାଗ୍ୟ କେବେ ବଦଳିବ, ସ୍ୱାସ୍ଥ୍ୟ କ୍ଷେତ୍ରରେ କେବେ ନିରବଛିନ୍ନ ସେବା ପାଇବେ ଅଂଚଳ ବାସିଙ୍କ ପକ୍ଷରୁ ଏଭଳି ଅନେକ ପ୍ରଶ୍ନ ଉଠୁଛି ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥାକୁ ନେଇ। କିଛିଦିନ ପୂର୍ବରୁ ରାଜ୍ୟର ଗୋଟିଏ ସ୍ଥାନରେ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ଛଅ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଗ୍ରାମାଞ୍ଚଳ ରେ ମଧ୍ୟ ସାଧାରଣ ଜନତା ଠିକ ଚିକିତ୍ସା ନ ପାଇବାରୁ ମୃତୁ ବରଣ କରିଥିବା ନଜରକୁ ଆସୁଛି। ସମ୍ବଲପୁର ଜିଲ୍ଲା ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଘଟିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା। ସୂଚନା ଅନୁଯାଇ ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ଗ୍ରାମ ବାଲିଗୁଡା ଗ୍ରାମର କାର୍ତିକ କିଷାନ (୨୫) ଏବଂ କିଶୋରୀ କିଷାନ (୨୫)ଙ୍କ ପ୍ରଥମ ଶିଶୁ ର ଜୀବନ ଚିକିତ୍ସା ଅବହେଳା ଯୋଗୁଁ ଚାଲିଯାଇଛି। ଉଭୟ ସ୍ୱାମି ସ୍ତ୍ରୀ ଗରିବ ଶ୍ରେଣୀର ଖଟିଖିଆ ମଜୁରିଆ ଥିବା ଯୋଗୁଁ ସ୍ୱାମୀ ଚେନ୍ନାଇ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି। ଗତ ୨ ତାରିଖ ରେ କାର୍ତିକ ଏବଂ କିଶୋରୀ ଙ୍କ ୨ ବର୍ଷ ର ପୁଅକୁ ଜ୍ୱର ହୋଇଥିଲା ହେଲେ ସ୍ୱାମୀ ଚେନ୍ନାଇରେ ଥିବା ଦ୍ୱାରା ପୁଅକୁ ନେଇ ସମ୍ପର୍କୀୟ ଙ୍କ ସହିତ ମା ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିଲେ। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସିଦ୍ଧାର୍ଥ ବେହେରା ଛୁଟିରେ ଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସୁବୋଷ ଆଚାର୍ଯ୍ୟ ଶିଶୁକୁ ଦେଖିଥିଲେ ଏବଂ ଶିଶୁଟି ଖୁବ ଦୁର୍ବଳ ଅଛି କହିଥିଲେ ଏବଂ ତାର ଚିକିତ୍ସା କରିଥିବା ନେଇ ପରିବାର ଲୋକେ ପ୍ରକାଶ କରିଛନ୍ତି ନେଇ। ସେଠାରେ ଶିଶୁର ପ୍ରାଥମିକ ଚିକିତ୍ସା ରେ ଏକ ବାହାର ଦୋକାନରୁ ଏକ ଇଞ୍ଜେକ୍ସନ ଲେଖିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସିଲାଇନ, ଭିଟାମିନ ଏବଂ ଅନ୍ୟ ଔଷଧ ଦେଇଥିଲେ କିନ୍ତୁ ଶିଶୁ ଙ୍କୁ ସମ୍ବଲପୁର ରେଫର କରିନଥିଲେ। ସେହିପରି ପରିବାର ଲୋକେ ପୁଣି ଶିଶୁକୁ ନେଇ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩ ତାରିଖ ଆସିଥିଲେ ଓ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ଫାର୍ମାସିଷ୍ଟ ପୁନର୍ବାର ଚିକିତ୍ସା ପ୍ରକ୍ରିୟା ଦୋହୋରାଇ ପୁଣି ବାହାର ଦୋକାନରୁ ଇଞ୍ଜେକ୍ସନ ଦେଇ ଥିଲେ ହେଲେ ଚିକିତ୍ସା ର ଅଧଘଂଟା ପରେ ହଟାଥ ଶିଶୁର ଅବସ୍ଥା ଗୁରୁତର ହେବାକୁ ବସିବାରୁ ତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ବଡ ମେଡିକାଲ କୁ ରେଫର କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି। ହେଲେ ବିଡମ୍ବନା ର ବିଷୟ ଏହିକି ଯେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଛୁଟିରେ ଥିବା ଉଚ୍ଚ କତୃପକ୍ଷ ଜାଣିଥିବ ସତ୍ୱେ ଏହି ଚିକିତ୍ସା ଳୟ ରେ ଅନ୍ୟ ଜଣେ ଡାକ୍ତରଙ୍କୁ ନିୟୋଜିତ କରାଗଲା ନାହିଁ ଓ କାହିଁକି ଫାର୍ମାସିଷ୍ଟ ଶିଶୁଙ୍କୁ ପ୍ରଥମ ଦିନ ରେଫର କଲେ ନାହିଁ ତାହା ତଦନ୍ତ ସାପେକ୍ଷ। ଅନ୍ୟ ପକ୍ଷରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ କୁଚିଣ୍ଡା ଡାକ୍ତରଖାନା ରେ ଶବ ବ୍ୟବଛେଦ କରାଯାଇ ନଥିଲା ଯାହାକି ଯାହାକି ସ୍ୱାସ୍ଥ୍ୟ କେନ୍ଦ୍ର କତୃପକ୍ଷ ଙ୍କ ଦୋଷକୁ ଲୁଚାଇବାକୁ ପ୍ରୟାସ କରାଯାଉଥିବା ମଧ୍ୟ ସନ୍ଧେହ ସୃଷ୍ଟି କରୁଛି। ହେଲେ କେଉଁ କାରଣରୁ ଶିଶୁର ମୃତ୍ୟୁ ହେଲା ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଘଟଣା ର ସତ୍ୟତା ଲୋକଲୋଚନକୁ ଆସିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କ ରେ ଜମନକିରା ଫାର୍ମାସିଷ୍ଟ ସୁବୋଧ ଆଚାର?୍ୟ୍ୟଙ୍କୁ ପଚାରିବାରୁ ଉକ୍ତ ପରିବାର ୨ତାରିଖ ଆସିଥିଲେ ଓ ତାଙ୍କ ପୁଅକୁ ମୁଁ ଚିକିତ୍ସା କରିଥିଲି ପରେ ପୁଣି ସେମାନେ ୩ତାରିଖ ରେ ଆସିଥିଲେ ଏବଂ ପୁଣି ଚିକିତ୍ସା କରିଥିଲି ହେଲେ ଚିକିତ୍ସା ର କିଛିସମୟ ପରେ ଶିଶୁ ର ଅବସ୍ଥା ଶଙ୍କଟାପର୍ଣ ହେବାରୁ ମୁଁ ତାଙ୍କୁ କୁଚିଣ୍ଡା ରେଫର କରିଥିଲେ। ହେଲେ ଶିଶୁ ମୃତ୍ୟୁ ଖବର ଜାଣିବା ପରେ ମୁଁ ଜାଣିବାକୁ ପାଇଲିକି ପରିବାର ଲୋକେ ପୂର୍ବରୁ ଗୁଣିଆ ପାଖକୁ ମଧ୍ୟ ଯାଇ ଥିଲେ ଓ ଶିଶୁକୁ ଅଲେର୍ଜି ମଧ୍ୟ ହୋଇଥିଲା ମୁଁ ଚିକିତ୍ସା କରି ରେଫର କରିଥିବାରୁ କୁଚିଣ୍ଡାରେ ଶବ ବ୍ୟବଛେଦ କରାଯାଇ ନ ଥିଲା ବୋଲି ନିଜ ପ୍ରତିକିୟା ରେ କହିଥିଲେ। ହେଲେ ଜମନକିରାପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ଡିସେମ୍ବର ମାସରେ ବଡ଼ରମା ଅଂଚଳର ଜଣେ ୫ ବର୍ଷୀୟ ଶିଶୁ କନ୍ୟା ମଧ୍ୟ ଏଭଳି ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ବରଣ କରିଥିବା ମଧ୍ୟ ଜଣା ପଡ଼ିଛି ତେଣୁକରି ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯଥାଶୀଘ୍ର ସିସି କ୍ୟାମେରା ଲଗା ଗଲେ ବିଭିନ୍ନ ସମୟରେ ଘଟୁଥିବା ଏଭଳି ଅନେକ ଘଟଣାର ସତ୍ୟତା ପଦାକୁ ଆସିବ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ