ଜୟପୁର, ୧୨ ଜୁନ୍ (ହି.ସ.) - ଜୟପୁର ବ୍ଲକରେ ଆଜି ବିକାଶ ବାହାନର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାର ଙ୍କ ଏକ ବର୍ଷ ପୁର୍ତି ଉପଲକ୍ଷେ ଏହି ବିକାଶ ବାହାନର ଶୁଭାରମ୍ଭ ହୋଇଛିା ଜୟପୁର ବ୍ଲକ ପରିସରରେ ଏହି ବିକାଶ ବାହାନର ଶୁଭାରମ୍ଭ ହୋଇଛି । ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲି ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଠାରେ ବିଡିଓ ଶକ୍ତି ମହାପାତ୍ର, ଜିଲା ପରିଷଦ ସଦସ୍ୟ ତପତି ପଟ୍ଟନାୟକ, ରଶ୍ମି ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିକାଶ ବାହାନ ଜୟପୁର ବ୍ଲକ ୨୨ଟି ପଂଚାୟତ ବୁଲି ଲୋକଙ୍କୁ ସଚେତନ କରିବ। ଆଜି ପ୍ରଥମ ଦିନରେ ଜୟପୁର ବ୍ଲକ ବାରିଣିପୁଟ ଓ ଗଡପଦର ଠାରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରିଛି । ୧୦ଟି ବିଭାଗ ର ବିଭିନ୍ନ ସୁବିଧା ଯେପରିକି ରାସନ କାର୍ଡ, ଲୋବର କାର୍ଡ, ଭତା, ସ୍ୱାସ୍ଥ୍ୟ କାର୍ଡ ଆଦି ନୁତନ ହିତାଧିକାରିଙ୍କୁ ପ୍ରଦାନ କରାଯାଇ ଥିଲା । ଏହା ସହ ପୁରୁଣା ହିତାଧିକାରି ଙ୍କ ସମସ୍ୟା ଆଦି ସମାଧାନ କରିବା ସହ ଲୋକଙ୍କୁ ସଚେତନ କରାଯିବ । ଆଜି ୧୨ ତାରିଖ ଠାରୁ ୨୧ ତାରିଖ ଯାଏ ଚାଲିବ । ଜନ ଧନ ଖାତା ଖୋଲିବା ସହ ଆଧାର କାର୍ଡ ପଂଜୀକରଣ, ସଂଶୋଧନ ଭଳି ୮ଟି ଷ୍ଟଲ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି