ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ
ଜୟପୁର, ୧୨ ଜୁନ୍ (ହି.ସ.) - ଜୟପୁର ସହରରେ ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ଆଣିବା ପାଇଁ ଆଜି ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଜୟପୁର ସହରର ମୁଖ୍ୟରାସ୍ତା ସର୍ଦ୍ଧାର ପଟେଲ ମାର୍ଗ ଓ ଏନକେଟି ରୋଡ ରେ ଅନେକ ଯାନବାହାନ ଯିବା ଆସିବା କରୁ
ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ


ଜୟପୁର, ୧୨ ଜୁନ୍ (ହି.ସ.) - ଜୟପୁର ସହରରେ ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ଆଣିବା ପାଇଁ ଆଜି ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଜୟପୁର ସହରର ମୁଖ୍ୟରାସ୍ତା ସର୍ଦ୍ଧାର ପଟେଲ ମାର୍ଗ ଓ ଏନକେଟି ରୋଡ ରେ ଅନେକ ଯାନବାହାନ ଯିବା ଆସିବା କରୁଥିବା ଯୋଗୁଁ ଜନସାଧାରଣଙ୍କ ଚାଲିବା ଦିନକୁ ଦିନ ଜଟିଳ ହେବାକୁ ଲାଗିଛି। ଏହାର ସରଳୀକରଣ କରାନଗଲେ ଆଗାମୀ ଦିନରେ ଅସୁବିଧା ବଢିବ। ପ୍ରଶାସନିକ ସ୍ତରରେ ଟ୍ରାଫିକ ପୋଲିସ ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ହୋଇପାରୁନାହିଁ। ଜନସାଧାରଣ ରାସ୍ତାରେ ନିର୍ଭୟରେ ଚାଲିବା ବଦଳରେ ଶଙ୍କୋଚ ପ୍ରକାଶ କରୁଛନ୍ତି। ରାସ୍ତା ଅତିକ୍ରମ କରିବାକୁ ଯେଉଁ ଜେବ୍ରା କ୍ରସିପ୍ସ ଚିହ୍ନଟ କରିବା କଥା ତାହା ମଧ୍ୟ କରାଯାଇନାହିଁ। ଦିନକୁ ଦିନ ସହରରେ ଗାଡି ସପ୍ସଖ୍ୟା ବଢିବାରେ ଲାଗିଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଅଧିକ ଟ୍ରାଫିକ ପୁଲିସ ନିୟୋଜିତ କରି ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଏନକେଟି ରୋଡକୁ ଏଂଟ୍ରି ଟ୍ରାଫିକ ରାସ୍ତା କରାଯାଇ ବିପରିତ ଦିଗରେ ରହିଥିବା ଲାଲ ସାହି ପଟେ ମଧ୍ୟ ଏକ ଏଂଟ୍ରି ଟ୍ରାଫିକ ରାସ୍ତା କଲେ ଲୋକ ଉପକୃତ ହୋଇଥାନ୍ତେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ମଦନ ମୋହନ ନାୟକ ଓ ସାଧାରଣ ସପ୍ସପାଦକ ମାଧବ ଚେ?ଧୁରୀଙ୍କ ସମେତ ସମିତିର ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande