ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଏୟାରଇଣ୍ଡିଆ ବିମାନ ଦୁର୍ଘଟଣା ଖବରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସାମାଜିକ ଗଣମାଧ୍ୟମରେ ସେ ଲେଖିଛନ୍ତି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆ ବିମାନର ବି. ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଭୟଙ୍କର ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇ ମୁଁ ଖୁବ୍ ଦୁଃଖିତ ଏବଂ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତ ଯାତ୍ରୀ ଏବଂ ମେଡିକାଲ କଲେଜ ହଷ୍ଟେଲରେ ଥିବା ସମସ୍ତ ଯୁବ ଡାକ୍ତର ଛାତ୍ରଙ୍କ ସୁରକ୍ଷିତ ଜୀବନ ପାଇଁ କାମନା କରିବା ସହ ମୃତାହତଙ୍କ ପରିବାରଙ୍କୁ ଅସୀମ ସାହାସ ଓ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା