ଜରାଜୀର୍ଣ୍ଣ ଅବସ୍ଥାରେ ପିତ୍ତଳ ହସ୍ପିଟାଲ
ଗଞ୍ଜାମ, ୧୨ ଜୁନ୍ (ହି.ସ.)- ଶେରଗଡ଼ ବ୍ଲକର‌ ପିତଳ‌ ନୂତନ ପିଏଚସି‌ ଵାହାରୁ ଦେଖିବାକୁ ଚକାଚକ, କିନ୍ତୁ ଭିତରେ ‌ଫମ୍ପା। ‌ହସପିଟାଲ ଛାତରୁ ପଲସ୍ତରା ଖସୁଛି। ବର୍ଷାପାଣି ଛାତରୁ ଗଳି ରୁମରେ ଜମୁଛି। ରୋଗୀଙ୍କ ୱାର୍ଡରେ‌ ଚଟାଣ ଓ ଵେଡରେ‌ ବର୍ଷା ପାଣି ପଡି ଓଦାହୋଇ ରହୁଛି। ପ୍ରସୂତି ଓ ସର୍ଜିକାଲ ରୁମ କଥ
ଜରାଜୀର୍ଣ୍ଣ ଅବସ୍ଥାରେ ପିତ୍ତଳ ହସ୍ପିଟାଲ


ଗଞ୍ଜାମ, ୧୨ ଜୁନ୍ (ହି.ସ.)- ଶେରଗଡ଼ ବ୍ଲକର‌ ପିତଳ‌ ନୂତନ ପିଏଚସି‌ ଵାହାରୁ ଦେଖିବାକୁ ଚକାଚକ, କିନ୍ତୁ ଭିତରେ ‌ଫମ୍ପା। ‌ହସପିଟାଲ ଛାତରୁ ପଲସ୍ତରା ଖସୁଛି। ବର୍ଷାପାଣି ଛାତରୁ ଗଳି ରୁମରେ ଜମୁଛି। ରୋଗୀଙ୍କ ୱାର୍ଡରେ‌ ଚଟାଣ ଓ ଵେଡରେ‌ ବର୍ଷା ପାଣି ପଡି ଓଦାହୋଇ ରହୁଛି। ପ୍ରସୂତି ଓ ସର୍ଜିକାଲ ରୁମ କଥା‌ ନକହିଵା ଭଲ‌। ପାଇଖାନା ଓ ରୁମଗୁଡିକରୁ‌ ମଇଳା‌ ଦୂଷିତ ପାଣି ନିଷ୍କାସିତ ହୋଇନପାରି‌ ହସପିଟାଲ‌ ପରିବେଶ ପୂତିଗନ୍ଧମୟ‌ ହୋଇ‌ପଡିଛି। ତୁରନ୍ତ ସ୍ବାସ୍ଥ୍ୟବିଭାଗ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ‌

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande