ନୂଆ ଗାଁରେ ପାଳିତ ହେବ ରାଜ୍ୟସ୍ତରୀୟ ରଜ ମହୋତ୍ସବ
ଭୁବନେଶ୍ୱର,୧୨ ଜୁନ୍ (ହି.ସ.)-ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ। ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଂଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍‌ଧାମରେ ବ୍ୟାପକ ରୂପେ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯା
ନୂଆ ଗାଁରେ ପାଳିତ ହେବ ରାଜ୍ୟସ୍ତରୀୟ ରଜ ମହୋତ୍ସବ


ଭୁବନେଶ୍ୱର,୧୨ ଜୁନ୍ (ହି.ସ.)-ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ। ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଂଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍‌ଧାମରେ ବ୍ୟାପକ ରୂପେ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜୁନ ୧୩ ତାରିଖରୁ ଚାରି ଦିନ ବ୍ୟାପୀ ଏହି ପର୍ବ ନୂଆଗାଁ ରଜ ମେହାତ୍ସବ ପଡିଆରେ ପାଳନ କରାଯିବ । ୧୩ରେ ମେହେନ୍ଦୀ, ଶଙ୍ଖ ହୁଳହୁଳି, କୁନି ପ୍ରତିଭା ପଦର୍ଶନ। ୧୪ରେ ଅନ୍ତରା ଚକ୍ରବର୍ତି, ପ୍ରକାଶ ରାଜ, ଆର୍ଯ୍ୟ ପ୍ରସାଦ, ଶୁଭ୍ରଦୀପା, ଅର୍ଚନା ସଂଗୀତ ପରିବେଷଣ କରିବେ। ୧୫ରେ ପପୁ ପମପମ୍ କମେଡି ତଡକା ସହ ଭାଗ୍ୟଶ୍ରୀ ମହାନ୍ତି ଓ ରାଜବୀର ସଂଗୀତ ପରିବେଷଣ କରିବାକୁ ଥିବା ବେଳେ ୧୬ରେ ପାଇକ ଆଖଡ଼ା ଅର୍ପିତା ଚୌଧୁରୀ, ପ୍ରଦୀପ କ୍ରିଷ୍ଣା ସୁଜାତା ଉପାଧ୍ୟାୟ ସଂଗୀତ ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ୱର ଗାଥାକୁ ମଧ୍ୟ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ। ଆହୁରି ମଧ୍ୟ ରାଜ୍ୟସ୍ତରୀୟ ବଡିବିଲ୍‌ଡିିଂ ଆକର୍ଷଣର ଅନ୍ୟତମ ବିନ୍ଦୁ ରହିବ। କୁନିକୁନି ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ସାଙ୍ଗକୁ ନାରୀ ଶକ୍ତିର ନିଆରା ଝଲକ ମଧ୍ୟ ଏହି ରଜ ମହୋତ୍ସବ ପାଳନର ପ୍ରତ୍ୟେକଟି ଭାଗରେ ପ୍ରତିବିମ୍ବିତ ହେବ। ଓଡ଼ିଶାର କଳାସଂସ୍କୃତି ଅକ୍ଷୁର୍ଣ ରଖିବାକୁ ଅଧିକରୁ ଅଧିକ ଭାବେ ପରିବ୍ୟାପ୍ତ କରିବା ପାଇଁ ନୂଆଗାଁ ଗ୍ରାମୀଣ ବିକାଶ ମଂଚ ପ୍ରତିବଦ୍ଧ ବୋଲି ନୂଆଗାଁ ଗ୍ରାମୀଣ ବିକାଶ ମଂଚ ସମ୍ପାଦକ ସୂଚନା ଦେଇ କହିଛନ୍ତି। ଏଥିରେ ମଂଚର ସମସ୍ତ ସଭ୍ୟା ସଭ୍ୟ ଉପସ୍ଥିତଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande