ସମ୍ବଲପୁର, ୧୨ ଜୁନ୍ (ହି.ସ.) - ସମ୍ବଲପୁର ର ଜୀବନ ଧାରା ରୂପେ ପରିଚିତ ଚିତ୍ରୋତ୍ପଳା ମହାନଦୀ ଙ୍କର ଜ୍ୟେଷ୍ଟ ପୁର୍ଣିମା ଅବସରରେ ମହାନଦୀ ଆରତୀ ମାରୱାଡି ବ୍ରାହ୍ମଣ ମହିଳା ସମିତି ଓ ପର୍ଶୁରାମ ଯୁବକ ସଂଘ ସହଯୋଗ ରେ ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମହାନଦୀ ଆରତୀ ଶତାଧିକ ଭକ୍ତ ଙ୍କ ଉପସ୍ଥିତି ରେ ହୁଳହୁଳି ଓ ଗଙ୍ଗା ମାତା କି ଜୟ ଭାରତ ମାତା କୀ ଜୟ ଧ୍ୱନି ରେ ସମାହିତ ହୋଇଛି, ଏହି ଆରତୀ ରେ ପଣ୍ଡିତ ସର୍ବଶ୍ରୀ ଅମରନାଥ ମିଶ୍ର, ରବିନାରାୟଣ ପଣ୍ଡା, ୍ୱୀର କିଶୋର ପାଢ଼ୀ, ଗୋପାଳ ଶର୍ମା, କାଁହୁଚରଣ ଷଡ଼ଙ୍ଗୀ, ସୁବ୍ରତ ପୁରୋହିତ, ଅକ୍ଷୟ ପୁରୋହିତ, ବିଜୟ ପୁରୋହିତ, ମନବୋଧ ପାଢ଼ୀ, ଦୀପକ ପାଣିଗ୍ରାହୀ, ରମେଶ ପୁରୋହିତ ପ୍ରମୁଖ ଆରତୀ ପରିଚାଳନା କରିଥିବା ବେଳେ ବିନୋଦ ଶର୍ମା ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଓ ମାରବାଡ଼ି ବ୍ରାହ୍ମଣ ମହିଳା ପ୍ରକୋଷ୍ଠ ବ୍ୟବସ୍ଥା ରେ ସହଯୋଗ କରିଥିଲେ। ଏହି ମହାନଦୀ ଆରତୀ ପ୍ରତ୍ୟେକ ମାସର ପୁର୍ଣିମା ଦିନ ଅନୁଷ୍ଠିତ ହୋଇଥାଏ। ପରବର୍ତୀ ଆରତୀ ଆଗାମୀ ଜୁଲାଇ ଦଶ ତାରିଖ ଗୁରୁବାର ବାର ଗୁରୁ ପୁର୍ଣିମା ଦିନ ଏହି ମହାନଦୀ ଆରତୀ ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ