ରାଷ୍ଟ୍ରପତି ଭବନରେ ହେବ ସମ୍ବଲପୁରୀ ନୃତ୍ୟ ପରିବେଷଣ
ସମ୍ବଲପୁର, ୧୨ ଜୁନ୍ (ହି.ସ.) - ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଓଡ଼ିଶାର ରଜପର୍ବ ଉତ୍ସବ ଧୂମଧାମରେ ପାଳିତ ହେବ । ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଭଳିସ୍ଥଳେ ସମ୍ବଲପୁରର ‘ଉକିଆ’ ଅନୁଷ୍ଠାନର ୧୫ ଜଣ ଲୋକନୃତ୍ୟ କଳାକାର ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର
ରାଷ୍ଟ୍ରପତି ଭବନରେ ହେବ ସମ୍ବଲପୁରୀ ନୃତ୍ୟ ପରିବେଷଣ


ରାଷ୍ଟ୍ରପତି ଭବନରେ ହେବ ସମ୍ବଲପୁରୀ ନୃତ୍ୟ ପରିବେଷଣ


ସମ୍ବଲପୁର, ୧୨ ଜୁନ୍ (ହି.ସ.) - ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଓଡ଼ିଶାର ରଜପର୍ବ ଉତ୍ସବ ଧୂମଧାମରେ ପାଳିତ ହେବ । ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଭଳିସ୍ଥଳେ ସମ୍ବଲପୁରର ‘ଉକିଆ’ ଅନୁଷ୍ଠାନର ୧୫ ଜଣ ଲୋକନୃତ୍ୟ କଳାକାର ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପ୍ରଯୋଜିତ ହୋଇ ଗୁରୁ ରଞ୍ଜନ କୁମାର ସାହୁଙ୍କ ନେତୃତ୍ୱରେ ବୁଧବାର ସକାଳେ ଟ୍ରେନ୍ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି । ଏଥିରେ ମନୋଜ ପ୍ରଧାନ, ପବିତ୍ର ପ୍ରଧାନ, ନିତିଶ କୁମାର ଗୁରୁ, ରାଜୀବ ମେହେର, ରଞ୍ଜନ କୁମାର ପଟ୍ଟନାୟକ, ଦିପାଳୀ ଚୌଧୁରୀ, ଜି. ସିମରନ୍ ଆଚାର୍ଯ୍ୟ, ପ୍ରମିଳା ତାଣ୍ଡି, ରାଖୀ ଦୀପ, ପାୟଲ ତ୍ରିପାଠୀ, ସ୍ୱରୂପା ସିଂ, ଦିବ୍ୟରାଣୀ ବିଶି, ଚେତନାମୟୀ ବେହେରା, ପ୍ରତୀକ୍ଷା ଦାଶ ପ୍ରମୁଖ ସାମିଲ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande