ସମ୍ବଲପୁର, ୧୨ ଜୁନ୍ (ହି.ସ.) - ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମ୍ବଲପୁର ଗସ୍ତ ରେ ଆସି ପ୍ରଥମେ ବିଶ୍ୱ ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ।ମା’ ଙ୍କ ଦର୍ଶନ ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ - ଆଜି ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତ ରେ ହୋଇଯାଇଛି।ଶ୍ରୀମତୀ ପରିଡ଼ା,ସମ୍ବଲପୁର ଜିଲ୍ଲା ର ସମସ୍ତ ଜନସାଧାରଣ ଙ୍କୁ ସରକାର ଙ୍କ ଦ୍ୱାରା ହାସିଲ ହୋଇଥିବା ଜନ ହିତକର ଉପଲବ୍ଧି ବିଷୟରେ ଅବଗତ କରାଇବା ପାଇଁ ଏହି ବାହନ ଟି ଉଦ୍ଧିଷ୍ଟ ବୋଲି କହିଥିଲେ।ଏହି ବାହନ ଗାଁ ରୁ ଗାଁ ସହର ରୁ ସହର ବୁଲି ସମସ୍ତଙ୍କୁ ସଚେତନ କରାଇବ,ଯାହା ଦ୍ୱାରା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ବ୍ୟବଧାନ କମିବ,ଲୋକ ଙ୍କ ଅସୁବିଧା ଦୂର ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ।
ମା ଙ୍କ ନାମରେ ଗଛ ଟିଏ” ଅଭିଜାନ ର କାର୍ଯ୍ୟକ୍ରମ - ଆଜି ବୁଢାରଜା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ “ମା ଙ୍କ ନାମରେ ଗଛ ଟିଏ ଅଭିଜାନ ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ପ୍ରଧାମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ଏହି ଅଭିଯାନ ରେ ସାମିଲ୍ ହେବା ଓ ଏହାକୁ ଆହୁରି ବ୍ୟାପକ କରିବା ପାଇଁ କହିଥିଲେ। କହିଥିଲେ ଏହି ପ୍ରୟାସ କୁ ନିଜର ଦାୟିତ୍ୱ ଭାବନ୍ତୁ ଏବଂ ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ ଓ ତାର ଯତ୍ନ ନିଅନ୍ତୁ, ଯାହା ଦ୍ୱାରା ଆମେ ଆମ ପରିବେଶ କୁ ପ୍ରଦୂଷଣ କବଳ ରୁ ରକ୍ଷା କରିପାରିବା।
ବୟୋ ବନ୍ଦନା ଯୋଜନାର କାର୍ଡ ବିତରଣ କାର୍ଯ୍ୟକ୍ରମ - ବୟୋ ବନ୍ଦନା ଯୋଜନା ର କାର୍ଡ ବିତରଣ କାର୍ଯ୍ୟକ୍ରମ ଏସ୍ ଆର୍ ଆଇଟି କଲୋନୀ ର ୱାର୍ଡ ନମ୍ୱର୍ ୨୧ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବୟୋ ବନ୍ଦନା ଯୋଜନା ର ଉପକାରିତା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇ କହିଥିଲେ ୭୦ ବର୍ଷ ଓ ତଦୁର୍ଦ୍ଧ ବୟସ୍କ ବରିଷ୍ଠ ବ୍ୟକ୍ତି ଦେଶ ର କୌଣସି ୨୯ ହଜାର ରୁ ଅଧିକ ମେଡିକାଲରେ ନିଃଶୁଳ୍କରେ ଚିକିତ୍ସା ଯୋଗାଇଦିଆଯିବ।ଯେଉଁଥିରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଉପଲବ୍ଧ ଏବଂ ନିଜେ ହିତାଧିକାରୀଙ୍କୁ ୍ୱୟୋ ବନ୍ଦନା କାର୍ଡ ବଂଟନ ମଧ୍ୟ୍ୟ କରିଥିଲେ।
ଉକ୍ତ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହିତ ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୂ (ଭ୍ରା.ପୋ.ସେ), ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦଭୂଷଣ (ଭ୍ରା.ପ୍ର.ସେ),ଙ୍କ ସମେତ ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ,ଜନସାଧାରଣ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ