ଭୁବନେଶ୍ୱର, 12 ଜୁନ୍ (ହି.ସ.)- ସରକାରଙ୍କ
ବିକାଶ କଥା ନେଇ ପଞ୍ଚାୟତରୁ ପଞ୍ଚାୟତ ବୁଲିବ ବିକାଶ ବାହନ । ସରକାରୀ ଯୋଜନା ଲୋକଙ୍କ ପାଖରେ
ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ ଏହି ବିକାଶ ବାହନ । ବିକାଶ ବାହନ କାର୍ଯ୍ୟକ୍ରମର ରାଜ୍ୟ
ସ୍ତରୀୟ ଶୁଭରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର 314ଟି ବ୍ଲକ, 115ଟି ୟୁଏଲବି ଏବଂ 5ଟି ମହାନଗର ନିଗମକୁ କଭର
କରିବ ସ୍ୱତନ୍ତ୍ର ବ୍ରାଣ୍ଡେଡ୍ ଭ୍ୟାନ୍ । ଅପହଞ୍ଚ ଲୋକଙ୍କ ନିକଟରେ ପହଞ୍ଚି ସୂଚନା ପ୍ରସାରଣ
କରିବା ଏବଂ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ନାଗରିକ
ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଭଳି ସୁଶାସନର ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ
ନେଇଛନ୍ତି ରାଜ୍ୟ ସରକାର । ବର୍ଷକ ଭିତରେ ରାଜ୍ୟ
ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ । ସରକାରଙ୍କ କେତେକ ପ୍ରମୁଖ ସଫଳତା ଏବଂ
ପଦକ୍ଷେପ ଯେମିତି ' ବିକଶିତ ଗାଁ ବିକାଶିତ ଓଡିଶା', 'ସୁଭଦ୍ରା ଯୋଜନା', ' ଅନ୍ତଦ୍ୟୋୟ ଗୃହ ଯୋଜନା', ଆଦିବାସୀ ଏବଂ ଏସସି କଲ୍ୟାଣ, ଯୁବକ ମାନଙ୍କ ପାଇଁ ଦକ୍ଷତା
ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି -2020, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ଲୋକଙ୍କୁ ଜଣାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା