ବିକଶିତ ଓଡିଶା ପାଇଁ ବିକଶିତ ପୁରୀ କର୍ମଶାଳା ଆୟୋଜିତ
ପୁରୀ, ୧୨ ଜୁନ୍ (ହି.ସ.) - ବିକଶିତ ଭାରତ ଆମର ଲକ୍ଷ୍ୟ।୨୦୩୬ କୁ ବିକଶିତ ଓଡିଶା ଓ ୨୦୪୭ କୁ ବିକଶିତ ଭାରତ କରିବା ର ଧାର୍ଯ୍ୟ ଲକ୍ଷ୍ୟକୁ ଆମେ ସମ୍ମିଳିତ ଉଦ୍ୟମ ରେ ପୂରଣ କରିବା ବୋଲି ଆହ୍ୱାନ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।ଆଜି ପୂର୍ବାହ୍ନରେ ଜ
ବିକଶିତ ଓଡିଶା ପାଇଁ ବିକଶିତ ପୁରୀ କର୍ମଶାଳା ଆୟୋଜିତ।


ପୁରୀ, ୧୨ ଜୁନ୍ (ହି.ସ.) - ବିକଶିତ ଭାରତ ଆମର ଲକ୍ଷ୍ୟ।୨୦୩୬ କୁ ବିକଶିତ ଓଡିଶା ଓ ୨୦୪୭ କୁ ବିକଶିତ ଭାରତ କରିବା ର ଧାର୍ଯ୍ୟ ଲକ୍ଷ୍ୟକୁ ଆମେ ସମ୍ମିଳିତ ଉଦ୍ୟମ ରେ ପୂରଣ କରିବା ବୋଲି ଆହ୍ୱାନ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିକଶିତ ଓଡିଶା ପାଇଁ ବିକଶିତ ପୁରୀ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିକଶିତ ଭାରତ ଦେଶର ସମସ୍ତ ନାଗରିକଙ୍କ ସ୍ୱପ୍ନ।ଭଲରେ ରହିବା, ଆର୍ôଥକ ଉନ୍ନତି କରିବା, ମୌଳିକ ସୁବିଧା ହାସଲ କରିବା ଇତ୍ୟାଦି ସମସ୍ତ ବ୍ୟବସ୍ଥା ଏଥିରେ ଅନ୍ତର୍ଭୁକ୍ତ।ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ ଓ ସଂକକ୍ପ କୁ ଆମେ ନିଶ୍ଚିତ ପୂରଣ କରିବା ବୋଲି ସେ ମତ ଦେଇଥିଲେ।ସରକାର ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ ଟି ଏକ ବର୍ଷ ମଧ୍ୟରେ ପୂରଣ କରିଥିବା ବେଳେ ଖୁବ ଶୀଘ୍ର ଅନ୍ୟ ଗୁଡିକ ପୂରଣ ହେବ।ଅର୍ଥନୀତି କୁ ସୁଦୃଢ କରି ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ର ଲକ୍ଷ୍ୟ ରଖାଯାଇଛି।ସମସ୍ତଙ୍କ ପ୍ରସ୍ତାବ ଓ ମତାମତ ଆଧାର ରେ ୨୦୩୬ ପାଇଁ ଭିଜନ ଡକୁମେଂଟ ପ୍ରସ୍ତୁତ କରା ଯାଉଛି। ବର୍ତମାନ ସୁଦ୍ଧା ୩ ଲକ୍ଷ ୨୦ ହଜାର ପ୍ରସ୍ତାବ ଲୋକ ମାନଙ୍କ ଠାରୁ ମିଳିଛି।

ଗତ ଓଡିଶା କନକ୍ଲେଭ ରେ ୧୬ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜି ଲଗାଣ ପ୍ରସ୍ତାବ ଆସିଥିବା ବେଳେ ପ୍ରଥମ ବର୍ଷ ରେ ୧ ଲକ୍ଷ ୨୯ ହଜାର କୋଟି ଇନଭେଷ୍ଟ ହୋଇଛି।ବିକଶିତ ଓଡିଶା ୨୦୩୬ ପାଇଁ ୩୬ଟି ରଣନୀତି ପ୍ରସ୍ତୁତ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେବା ସହ ଓଡିଶା ଗ୍ରୀନ ଏନର୍ଜିର ହବ ପାଲଟିଛି ବୋଲି କହିଥିଲେ। ସାଂସଦ ତଥା ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ଡବଲ ଇଞ୍ଜିନ ସରକାର ସାଧାରଣ ଲୋକ ମାନଙ୍କ ଭରସା ଓ ବିଶ୍ୱାସ ର ପ୍ରତିଫଳନ ଯାହା ବିକାଶକୁ ତ୍ୱରାନ୍ୱିତ କରୁଛି ବୋଲି କହିଥିଲେ। କୃଷି, ଶିଳ୍ପ, ପର୍ଯ୍ୟଟନ, ମତ୍ସ୍ୟ, ମହିଳା ବିକାଶ କ୍ଷେତ୍ରକୁ ସୁଦୃଢ କରାଯିବା ସହ ବର୍ଷା ଜଳକୁ ଉପଯୋଗ କରି ଦୁଇ ଫସଲ କୁ ପ୍ରୋତ୍ସାହିତ କରାଯାଉଛି।ଦେଶର ଅର୍ଥ ନୀତି ରେ ଅନେକ ସୁଧାର ହୋଇଛି। ଭାରତ ୨୦୨୭ ସୁଦ୍ଧା ବିଶ୍ୱ ର ତୃତୀୟ ବିକଶିତ ଅର୍ଥ ନୈତିକ ରାଷ୍ଟ୍ରହେବ ବୋଲି ସେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ପର୍କରେ ଆଲୋଚନା କରି ବିବିଧ ପ୍ରସ୍ତାବ ମାନ ଦେଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିଥିଲେ।ବୁଦ୍ଧିଜୀବୀ ଶିକ୍ଷାବିତ କୈଳାସ ଚନ୍ଦ୍ର ଟୀକାୟତରାୟ, ଡା ଅରୁଣ କୁମାର ଦାସ, ରାଜ କିଶୋର ପାତ୍ର,ହରିହର ହୋତା, କାର୍ତିକ ଚନ୍ଦ୍ର ଦାଶ,ଚକ୍ରଧର ମହାପାତ୍ର, ସିଦ୍ଧାର୍ଥ ରାୟ ଓ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ପୁରୀ ବିକାଶ ପାଇଁ ବିବିଧ ପ୍ରସ୍ତାବ ମାନ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ଏକ ସଚେତନତା ରଥକୁ ଅତିଥି ମାନେ ଉଦଘାଟନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande