ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି
ନୂଆଦିଲ୍ଲୀ/ଅହମଦାବାଦ, 12 ଜୁନ୍ (ହି.ସ.) - ଅହମଦାବାଦର ସରଦାର ବଲ୍ଲଭଭାଇ ପଟେଲ୍ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଗୁରୁବାର ଦିନ ୨୪୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର ଓ ରେସକ୍ୟୁ କାର୍ଯ୍
ଏୟାର ଇଣ୍ଡିଆର ବିମାନ     ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି


ନୂଆଦିଲ୍ଲୀ/ଅହମଦାବାଦ, 12 ଜୁନ୍ (ହି.ସ.)

- ଅହମଦାବାଦର

ସରଦାର ବଲ୍ଲଭଭାଇ ପଟେଲ୍ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଗୁରୁବାର ଦିନ ୨୪୨ ଯାତ୍ରୀଙ୍କୁ

ନେଇ ଯାଉଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର

ଓ ରେସକ୍ୟୁ କାର୍ଯ୍ୟ ଜାରି ରହିଛି। ଏୟାର୍ ଇଣ୍ଡିଆ ଏହି ଘଟଣା ପାଇଁ ହେଲ୍ପଲାଇନ୍ ନମ୍ବର 1800

5691 444 ଜାରି କରିଛି। ଏୟାର୍ ଇଣ୍ଡିଆ ବୟାନ ଜାରି କରି କହିଛି ଯେ, ଅହମଦାବାଦରୁ ଦ୍ୱିପ୍ରହର 1:38 ରେ ବାହାରିଥିବା ଉଡାଣ ସଂଖ୍ୟା ଏଆଇ-171 ବୋଇଂ 787-8 ବିମାନରେ ୨୪୨ ଯାତ୍ରୀ ଓ କ୍ରୁ ସଦସ୍ୟ ସଂଖ୍ୟା

ଥିଲେ। ଏହାମଧ୍ୟରୁ 169 ଜଣ ଭାରତୀୟ ନାଗରିକ, 53 ଜଣ

ବ୍ରିଟିଶ୍ ନାଗରିକ, 1 କାନାଡିୟନ ଓ 7 ଜଣ

ପୁର୍ତ୍ତୁଗୀଜ ନାଗରିକ ଅଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଉଛି ।

ଏୟାର୍ ଇଣ୍ଡିଆ କହିଛି ଯେ ଅଧିକ ସୂଚନା ପାଇଁ 1800 5691 444 ନମ୍ବର ଉପଲବ୍ଧ ରହିଛି। ତଦନ୍ତ

କରୁଥିବା ଅଧିକାରୀଙ୍କୁ ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ସହଯୋଗ କରୁଥିବା ଏୟାରଲାଇନ ପକ୍ଷରୁ

କୁହାଯାଇଛି ।

ଏୟାର୍ ଇଣ୍ଡିଆର

ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍ ଏକ ବୟାନରେ କହିଛନ୍ତି ଯେ, 'ଖୁବ ଦୁଃଖର ସହିତ ମୁଁ ଏହାର ସୂଚନା ଦେଉଛି ଯେ ଅହମଦାବାଦରୁ ଲଣ୍ଡନ୍

ଗ୍ୟାଟୱିକ୍ ଯାଉଥିବା ଏୟାର୍ ଇଣ୍ଡିଆର ଏଆଇ-171 ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି

ବିନାଶକାରୀ ଘଟଣାରେ ପ୍ରଭାବିତ ସମସ୍ତଙ୍କର ପରିବାର ଓ ପ୍ରିୟଜନଙ୍କ ପାଇଁ ଆମର ଗଭୀର ସମବେଦନା

ଅଛି। ବର୍ତ୍ତମାନ ସମୟରେ ଆମର ପ୍ରଧାନ ଲକ୍ଷ୍ୟ ହେଉଛି ପ୍ରଭାବିତ ଲୋକଙ୍କୁ ଓ ତାଙ୍କର

ପରିବାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଯୋଗାଇବା।''ଘଟଣାସ୍ଥଳରେ ଆପାତକାଳୀନ ପ୍ରତିକ୍ରିୟା ଦଳମାନେ ଅଛନ୍ତି ଓ ପ୍ରଭାବିତ ଲୋକମାନଙ୍କ

ପାଇଁ ଆବଶ୍ୟକ ସମସ୍ତ ସାହାଯ୍ୟ ଓ ଚିକିତ୍ସା ଯୋଗାଇବା ପାଇଁ ଆମେ ସମ୍ପୂର୍ଣ୍ଣ ଶକ୍ତି ଲଗାଇଛୁ। ଅଧିକ

ସତ୍ୟାପିତ ସୂଚନା ମିଳିଲେ, ଆଗକୁ ଅଧିକ ତଥ୍ୟ ସେୟାର କରିବୁ । ଏକ ଜରୁରୀକାଳୀନ

କେନ୍ଦ୍ର ଆକ୍ଟିଭ କରାଯାଇଛି ଓ ସୂଚନା ଚାହୁଁଥିବା ପରିବାରମାନଙ୍କ ପାଇଁ ଏକ ସହାୟତା ଟିମ୍ ଗଠିତ

ହୋଇଛି।'

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande