ବାବା ବେଶରେ ଲିପ୍ଟ ମାଗି ଲୁଟ ୧ ଅଟକ , ୨ ଫେରାର ,୫ ହଜାର ଜବତ
ପୁରୀ, ୧୨ ଜୁନ୍ (ହି.ସ.) - ଆଉ ୧୪ ଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ହଜାର ହଜାର ସାଧୁସନ୍ଥ ପୁରୀକୁ ଆସିବେ । କେତେକ ଲୁଟେରା ବାବାଙ୍କ ଯୋଗୁ ପ୍ରକୃତ ବାବା ଅସୁବିଧାରେ ପଡିପାରନ୍ତି । ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥ । ଶହ ଶହ ଗାଡି ମଟର ଯାଆଆସ କରୁଛି । ନୁଆ ଅଭିନବ ଉପାୟରେ ବାବା ବେଶଧାରୀ ଲ
ବାବା ବେଶରେ ଲିପ୍ଟ ମାଗି ଲୁଟ


ପୁରୀ, ୧୨ ଜୁନ୍ (ହି.ସ.) - ଆଉ ୧୪ ଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ହଜାର ହଜାର ସାଧୁସନ୍ଥ ପୁରୀକୁ ଆସିବେ । କେତେକ ଲୁଟେରା ବାବାଙ୍କ ଯୋଗୁ ପ୍ରକୃତ ବାବା ଅସୁବିଧାରେ ପଡିପାରନ୍ତି । ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥ । ଶହ ଶହ ଗାଡି ମଟର ଯାଆଆସ କରୁଛି । ନୁଆ ଅଭିନବ ଉପାୟରେ ବାବା ବେଶଧାରୀ ଲୁଟେରା ମାତିଛନ୍ତି । ବିଭୁତି ବୋଳି ଗେରୁଆ ବସ୍ତ୍ର ପରିଧାନ କରି ବେକରେ ମାଳି ପକାଇ ବାବା ବେଶଧରି ୩ ଲୁଟେରା ମଟରସାଇକେଲ ଚାଳକଙ୍କୁ ଲିପ୍ଟ ମାଗୁଛନ୍ତି । ବାବା ଫୁଲ ଚନ୍ଦନ ଆରୋହୀଙ୍କ ମୁଣ୍ଡରେ ଲଗାଉଛନ୍ତି । ପରେ ଆରୋହୀ ମନିପର୍ସ କାଢି ୧୦୦ ଟଙ୍କା ଦକ୍ଷିଣା ଦେବା ସମୟରେ ମନିପର୍ସ ଝାମ୍ପି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଘଟିଛି ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକା ଛକ ନିକଟରେ । ସେଠାରେ ସ୍ଥାନୀୟ ଲୋକ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇଜଣ ଖସି ପଲାଇଥିଲେ । ସତ୍ୟବାଦୀ ଥାନା ପୋଲିସ ଜଣେ ବାବାଙ୍କୁ ଅଟକ ରଖି ୫ ହଜାର ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande