ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଭେଟିଲେ ରାଜ ଠାକରେ, ଏନଡିଏରେ ସାମିଲ ହେବାର ସଙ୍କେତ
ମୁମ୍ବାଇ, 12 ଜୁନ୍ (ହି.ସ.)- ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କ ସହ ଗୁରୁବାର ଦିନ ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ) ର ଅଧ୍ୟକ୍ଷ ରାଜ ଠାକରେ ବାନ୍ଦ୍ରାସ୍ଥିତ ତାଜ୍ ଲ୍ୟାଣ୍ଡସ୍ ଆଣ୍ଡ ହୋଟେଲରେ ସାକ୍ଷାତ କରିଛନ୍ତି । ଏହା ପରେ ମନସେର ପଦାଧିକାରୀ ସନ୍ଦୀପ ଦେଶପାଣ୍ଡେ ମଧ୍ୟ ଶିଳ୍ପ ମନ୍ତ୍ରୀ ଉ
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର     ଫଡନଭିସଙ୍କୁ ଭେଟିଲେ ରାଜ ଠାକରେ, ଏନଡିଏରେ ସାମିଲ ହେବାର ସଙ୍କେତ


ମୁମ୍ବାଇ, 12 ଜୁନ୍ (ହି.ସ.)- ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କ ସହ ଗୁରୁବାର ଦିନ ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ) ର ଅଧ୍ୟକ୍ଷ ରାଜ ଠାକରେ ବାନ୍ଦ୍ରାସ୍ଥିତ ତାଜ୍ ଲ୍ୟାଣ୍ଡସ୍ ଆଣ୍ଡ ହୋଟେଲରେ ସାକ୍ଷାତ କରିଛନ୍ତି । ଏହା ପରେ ମନସେର ପଦାଧିକାରୀ ସନ୍ଦୀପ ଦେଶପାଣ୍ଡେ ମଧ୍ୟ ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତଙ୍କୁ ଭେଟିଛନ୍ତି। ଏହି ଭେଟଘାଟରୁ ମନସେ ମହାରାଷ୍ଟ୍ରରେ ଏନ୍‌ଡିଏ ମେଂଟରେ ସାମିଲ ହେବାର ସଙ୍କେତ ମିଳୁଛି।

ମନସେ ମୁଖ୍ୟ ରାଜ ଠାକରେ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କ ମଧ୍ୟରେ ଗୁରୁବାର ସକାଳେ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲ୍ ‘ତାଜ୍ ଲ୍ୟାଣ୍ଡସ୍ ଏଣ୍ଡ’ ରେ ଭେଟ ହୋଇଥିଲା। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଗୋଟିଏ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଭେଟିବା ପରେ ରାଜ ଠାକରେ ଓ ଦେବେନ୍ଦ୍ର ଫଡ଼ନଭିସ କୌଣସି ପ୍ରତିକ୍ରିୟା ନଦେଇ ହୋଟେଲ୍ ଛାଡ଼ି ଚାଲିଯାଇଥିଲେ। ଏହା ପରେ ମୁମ୍ବାଇରେ ରାଜନୈତିକ ଗତିବିଧି ଜୋର ଧରିଥିବାର ଦେଖିବାକୁ ମିଳିଥିଲା। ରାଜ ଠାକରେ ଓ ଫଡ଼ନଭିସଙ୍କ ସାକ୍ଷାତ ପରେ ମନସେର ମୁମ୍ବାଇ ସହର ଅଧ୍ୟକ୍ଷ ସନ୍ଦୀପ ଦେଶପାଣ୍ଡେ ଶିନ୍ଦେ ଗ୍ରୁପର ନେତା ଉଦୟ ସାମନ୍ତ ସହ ବୈଠକରେ ଯୋଗ ଦେଇଥିଲେ। ଏହି ସମସ୍ତ ଘଟଣାକ୍ରମ ଦେଖି ଲାଗୁଛି ଯେ ରାଜ ଠାକରେ ଓ ଏନ୍‌ଡିଏମେଂଟ ମଧ୍ୟରେ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande