ଭୁବନେଶ୍ୱର,୧୨ ଜୁନ୍ (ହି.ସ.)-ବିଜେଡି ଆନ୍ଦୋଳନ ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡିର ଆନ୍ଦୋଳନ ଲୋକ ଦେଖାଣିଆ। ବିଜେପି-ବିଜେଡି ଦୁଇ ଜଣ ଏକାଠି। ଏକଥା କାହାକୁ ଅଛପା ନାହିଁ। ୱକଫ୍ ବିଲ୍ ପାଇଁ ସଂସଦରେ ସାଂସଦଙ୍କୁ ବିବେକ ଅନୁଯାୟୀ ଭୋଟ ଦେବାକୁ କିଏ କହିଥିଲା।ଗତକାଲି ବିଜେଡିର ବୈଠକ ହୋଇଥିଲା ସେଥିରେ ବହୁତ ବରିଷ୍ଠ ନେତା ଅନୁପସ୍ଥିତ ଥିଲେ, ଏହାର କାରଣ କଣ ? ଭାରତବର୍ଷର ସବୁ ବିରୋଧୀ ଦଳ ଏକ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢୁଥିବା ବେଳେ ବିଜେଡି ବିରୋଧିଙ୍କ ସାଥ ଦେଇନଥିଲା। ଏହାର ଅର୍ଥ କଣ? ଏହାର ଅର୍ଥ ହେଉଛି ବିଜେଡି ଏବଂ ବିଜେପି ଏକ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା