ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟର ସବୁ ଆଂଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ
ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣା ସରକାରୀ ସାର୍ବଜନୀନ ପରିବହନ ଏବଂ ଘରୋଇ ପରିବହନରେ ୫୦ ପ୍ରତିଶତ ରିହାତି ପାଇଁ ଦାବିରେ ଗୁରୁବାର ତିରିଶ ଗୋଟି ଜିଲ୍ଲାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ର ସମସ୍ତ ଆଂଚଳିକ ପରିବହନ କାର୍
ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟର ସବୁ ଆଂଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ


ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣା ସରକାରୀ ସାର୍ବଜନୀନ ପରିବହନ ଏବଂ ଘରୋଇ ପରିବହନରେ ୫୦ ପ୍ରତିଶତ ରିହାତି ପାଇଁ ଦାବିରେ ଗୁରୁବାର ତିରିଶ ଗୋଟି ଜିଲ୍ଲାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଛାତ୍ର କଂଗ୍ରେସ ଘେରାଉ କରିଛି । ଉଦିତ ପ୍ରଧାନ ନିଜେ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେ କହିଛନ୍ତି ରାଜ୍ୟରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପରିବହନ ବ୍ୟବସ୍ଥାର ସୁବିଧା ଥାଇ ମଧ୍ୟ ଅଭାବ ହେତୁ ଶିକ୍ଷଲାଭ କରିବା ପାଇଁ ଶିକ୍ଷାନୁଷ୍ଠାନ ଯିବାରେ ସେମାନଙ୍କ ପାଇଁ ବାଧା ଉପୁଜିଛି। ରାଜ୍ୟ ସରକାର ସେଥିପ୍ରତି ଧ୍ୟାନ ଦେବା ଦରକାର। ରାଜ୍ୟ ର ରାଜସ୍ୱ ତଥା ଦୁଇ ଲକ୍ଷ ଚାଳିଶ ହଜାର ନ ଶହ ଆଠ କୋଟି ରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରିବହନ କ୍ଷେତ୍ରରେ ସୁବିଧା ସହଯୋଗ କରାଯାଉ ଏବଂ ରାଜ୍ୟ ସରକାର ଏହି କ୍ଷେତ୍ରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅନୁମତି ଦେଉ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି। ଯଦି ଏହି ପ୍ରତିଶୃତି ପୂରଣ ନହୁଏ ତେବେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ପକ୍ଷରୁ ସାରା ରାଜ୍ୟ ରେ ଆନ୍ଦାଳନ ତୀବ୍ର ରୂପ ନେବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ସଭାପତି ଉଦିତ ପ୍ରଧାନ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande