ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଏ ବର୍ଷର ରଜ ଉତ୍ସବକୁ ବିଶ୍ୱ ଓଡ଼ିଶା ପରିବାରର ଏକ ନିଆରା, ଭବ୍ୟ ଓ ପାରମ୍ପରିକ ଢଙ୍ଗରେ ପାଳନ କରିବ। ଏହି ଉତ୍ସବ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟଠାରେ ୧୪ ତାରିଖ ଠାରୁ ତିନି ଦିନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ। ଉତ୍ସବରରେଏହି ସାଂସ୍କୃତିକ କର୍ଯ୍ୟକ୍ରମର ଆୟୟୋଜନ କରାଯାଇଛିା ଏହି ଅବସରରରେ ଏକ ବୈଠକ ଅନୁଷ୍ଠାନର ସଭାପତି ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଠାରେ ଅନୁ୍ଷ୍ଠିତ ହୋଇଥିଲା ।
ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରରେ,ଦୋଳିଝୁଲା ଉଦ୍ଘାଟନ ପିଠା ଓ ମିଠା ପରିବେଷଣ,ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭକରିଥିବାମହିଳାମାନଙ୍କୁ ସମ୍ମାନିତ କରିବାଚିତ୍ରକଳା ପ୍ରତିଯୋଗିତା (ବିଷୟ- ମାଆ ଓ ମାଟିର ସମ୍ପର୍କରେ)ପୁଚି, ହୁଳହୁଳି, ରଜ ସ୍ଳୋଗାନ ଆବୃତ୍ତି ପ୍ରତିଯୋଗିତା କବି ସମ୍ମିଳନୀ ମହିଳାମାନଙ୍କ ସମସ୍ୟା ଓ ସମାଧାନ ଉପରେ କର୍ମଶାଳା ଝୋଟି ଚିତା, ରଙ୍ଗୋଲି ପ୍ରତିଯୋଗିତା, ଶାଢୀ ଭାଙ୍ଗିବା ମାଟିର ମୂର୍ତ୍ତୀ ନିର୍ମାଣ ମାଟି ମାଆ ଉପରେ ଆଧ୍ୟ୍ୟାତ୍ମିକ ନାଟକପ୍ରକୃତି, ମାତୃଶକ୍ତି ଓ ବିଶ୍ୱଶାନ୍ତି ହବନ ଶୁଦ୍ଧ ଗୋଘୃତ ଦ୍ୱାରା ପରିବେଶ ବିଶୁଦ୍ଧିକରଣ ପ୍ରକୃତି, ପରିବେଶ, ଜଳ ସଂରକ୍ଷଣ,ମୃତିକା ସଂରକ୍ଷଣ ସମ୍ବନ୍ଧରେ କର୍ମଶାଳା କାର୍ଯ୍ୟକ୍ରମ, ଦୁଇଦିନ ଧରି କର୍ମଶାଳାରେ ଭାଗ ନେଇଥିବା ସଦସ୍ୟଙ୍କୁ ସମ୍ମାନିତ କରିବା
ପ୍ରତିଷ୍ଠିତ ଓ ଆଦିବାସୀ ମହିଳାମାନଙ୍କୁ ସମ୍ମାନିତ କରାଯିବ। ଅନୁ୍ଷ୍ଠିତ ହେବାକୁ କାର୍ଯର୍୍ୟକ୍ରମରରେ ରାଜ୍ୟପାଳ,ମୁଖମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ , ପ୍ରଶାସନିକ ଅଧିକାରୀ, କଳାକାର, ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା